Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୨ୟ ଟି-୨୦: କେମିତି ରହିବ ଭାରତ ଓ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶ ?

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି କେରଳର ରାଜଧାନୀ ତିରୁଅନନ୍ତପୁରମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଆଜି ଦ୍ଵିତୀୟ ମ୍ୟାଚରେ ଦୁଇ ଦଳ କେଉଁ ଚୂଡ଼ାନ୍ତ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବ ତାହା ଉପରେ ସଭିଙ୍କ ନଜର।

ପ୍ରଥମେ ନଜର ପକାଇବା ଭାରତୀୟ ଦଳ ଉପରେ। ଦ୍ଵିତୀୟ ଟି-୨୦ରେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା କମ ରହିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମାନ ଚୂଡ଼ାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇ ପାରନ୍ତି। ତେବେ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଉପରେ ପ୍ରହାର ହୋଇଥିଲା। ତଥାପି ଦଳ ଆଜି ସମାନ ଚୂଡ଼ାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇପାରେ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଋତୁରାଜ ଗାଏକଓ୍ଵାଡ଼, ଯଶସ୍ଵୀ ଜୟସଓ୍ଵାଲ, ଇଶାନ କିଶନ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ମୁକେଶ କୁମାର ଓ ପ୍ରସିଦ୍ଧ କୃଷ୍ଣ।

ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳି ଚୟନ ପାଇଁ ଉପଲବ୍ଧ। ମାତ୍ର ଦଳ ପ୍ରବନ୍ଧକ ଗ୍ଲେନ ମ୍ୟାକ୍ସଓ୍ଵେଲ, ଟ୍ରେଭିସ୍ ହେଡ ଓ ଆଡମ ଜାମ୍ପାଙ୍କୁ ମଧ୍ୟ ଆଉ ଗୋଟିଏ ମ୍ୟାଚରେ ବିଶ୍ରାମ ଦେଇପାରେ। ଏମିତିରେ ଆରୋନ ହାର୍ଡି, ମାଥ୍ୟୁ ସର୍ଟ ଓ ତନବୀର ସାଙ୍ଘାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। କାରଣ ଏବେ ମଧ୍ୟ ସିରିଜରେ ଆହୁରି ୩ଟି ମ୍ୟାଚ୍ ବାକି ଅଛି। ତେଣୁ ଆଜିର ମ୍ୟାଚରେ ପରିବର୍ତ୍ତନର ସମ୍ଭାବନା କମ ରହିଛି।

ଅଷ୍ଟ୍ରେଲିଆର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ମାଥ୍ୟୁ ସର୍ଟ, ଷ୍ଟିଭ୍ ସ୍ମିଥ୍, ଜୋସ ଇଂଲିସ, ଆରୋନ ହାର୍ଡି, ମାର୍କସ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ମାଥ୍ୟୁ ଓ୍ଵେଦ(ଓ୍ଵିକେଟ୍ କିପର/ଅଧିନାୟକ), ସିନ ଆବୋଟ, ନାଥନ ଏଲିସ, ଜାସନ ବେହରେନଡର୍ଫ ଓ ତନବୀର ସାଂଘା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ