କନକତୋରାରେ ଓବିସି ଜନ ଜାଗରଣ ରଥକୁ ସ୍ୱାଗତ, ସଚେତନତା ସଭା


ଝାରସୁଗୁଡ଼ା: ଓଡ଼ିଶା ଓ.ବି.ସି.ମଞ୍ଚ ପକ୍ଷରୁ ଆଜି ସକାଳରୁ ସମ୍ବିଧାନ ଦିବସ ଅବ୍ୟବହିତରେ ବ୍ରଜରାଜନଗର ଠାରୁ ଆରମ୍ଭ ହୋଇ ଥିବା ଓ ବି ସି ଜାଗରଣ ରଥ କନକ ତୋରା ଗ୍ରାମରେ ପହଞ୍ଚିବା ପରେ ବିଶିଷ୍ଟ ସମାଜସେବୀ ଲଲାଟବିଶ୍ଵାଳ ଚକାନନ ସା ଓ ହେମ ସାଗର ପଧାନ ପ୍ରମୁଖଙ୍କ ନେତୃତ୍ୱରେ ରଥ ଓ ନେତୃମଣ୍ଡଳୀ ଙ୍କୁ ବିପୁଳ ସ୍ବାଗତ କରି ଏକ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରି ଗାଁ ମଝିରେ ଏକ ସଚେତନତା ସଭାରେ ସାମିଲ ହୋଇଥିଲେ । ସଭାରେ ମଞ୍ଚରେ ସଭାପତି ଶଙ୍କର ପତ୍ର,ମହା ସଚିବ ସୁବାସ ଚନ୍ଦ୍ର ନାୟକ, ଉପସଭାପତି ପ୍ରଦୀପ ବେହେରା, ସମ୍ପାଦକ ସମର୍ଜିତ୍ ବିଶ୍ଵାଳ,କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ,ଜିଲ୍ଲା ସଂଯୋଜକ ବିରଞ୍ଚି ସାହୁ , ମୟୂରଭଞ୍ଜ ଜିଲ୍ଲା ଆବାହକ ରବିନ ଦଣ୍ଡପଟ ,ତେଜରାମ ପଧାନ,କପିଳେନ୍ଦ୍ର ଯାଦବ, ଡ଼ା କେ ଲହଜଲ, ଭାରତ ଲାଲ ରାଉତ, ସୈଭୁସନ୍ ପତ୍ର,ମଙ୍ଗଳ ସାହୁ, ତେଜ ପଧାନ ପ୍ରମୁଖ ଭାଷଣ ଦେଇ ଶିକ୍ଷା,ଚାକିରି ଓ ରାଜନୀତିରେ ମଧ୍ୟ ସଂରକ୍ଷଣ ଦାବି କରିଥିଲେ ।ବକ୍ତା ଗଣ ଝାରସୁଗୁଡ଼ା ଜିଲ୍ଲା ତଥା ବରଗଡ଼ ଲୋକ ସଭାରେ ରାଜନୀତିକ ଦଳ ଗୁଡିକ ଓ ବି ସି ପ୍ରାର୍ଥୀ ଦେବାକୁ ଆହ୍ବାନ ଦେଇଥିଲେ । ଏହି ସଭାରେ ଲାଲ ବିଶ୍ଵାଳ ସଭାପତିତ୍ବ କରିଥିବା ବେଳେ ଶେଷରେ ଲୋକନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରେ ରଥ ବାଘ ମୁଣ୍ଡା ଗ୍ରାମ କୁ ଯାଇ ସେଠାରେ ଜଗନ୍ନାଥ ମନ୍ଦିର ପରିସରରେ ଶଙ୍କର ପାତ୍ର,ସୁବାସ ନାୟକ ,ପରଦେଶୀ ବିଶ୍ଵାଳ ଓ ବିରଚି ସାହୁ ଓବିଶୀ ଜାଗରଣ କରିବାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ଓ ବି ସି ନେତା ଗଣ ବ୍ରଜରାଜ ନଗର ର ପୂର୍ବତନ ବିଧାୟକ ଶତାୟୁ ମକର ଧ୍ଵଜ ପଧାନ ଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ ।