Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ରେ ଏନସିସି ପ୍ରତିଷ୍ଠା ଦିବସ ପାଳନ।

କୋକସରା:୨୬/୧୧ କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଏନସିସି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସ୍କୁଲ ର କ୍ରୀଡା ଶିକ୍ଷକ ଏଏନଓ ଅମିତ କୁମାର ମହାନ୍ତି ଙ୍କ ତତ୍ୱବାଧାନ ରେ ଏହି ଅବସର ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ପରିସରରେ ସକାଳ ୧୦ ଘଣ୍ଟା ରେ ମୁଖ୍ୟ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର ଯୋଗଦେଇ ଏନସିସି ପତାକା ଉତ୍ତୋଳନ କରିଥଲେ। ପତାକା ଉତ୍ତୋଳନ ପରେ ଏନସିସି ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ସହ ଅତିଥି ଙ୍କୁ ଅଭିଭାଦନ ଦେଇଥିଲେ। ପରେ ଛାତ୍ରଛାତ୍ରୀ ମାନେ ନିଶାମୁକ୍ତ ସମାଜ ପାଇଁ ସଚେତନ ବାର୍ତ୍ତା ନେଇ କୋକସରା ସହର ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଲମପୁର ବ୍ଲକ ବିଇଓ ମଧୁସ୍ମିତା ନାଏକ, ମୁଖ୍ୟ ବକ୍ତା ବିଆରସିସି ତୋଫାନ ମାଝୀ, ସମ୍ମାନିତ ଅତିଥି ନୋଡାଲ ସିଆରସି ବୈକୁଣ୍ଠ ଜାଲ, ଆୟୋଜିକ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା ଯୋଗଦେଇ ଏନସିସି ହେଉଛି ଆମ ଦେଶ ର ସୁରକ୍ଷା କବଚ ଏଣୁ ଛାତ୍ର ଜୀବନ ରୁ ଏନସିସି ରେ ଯୋଗଦେଇ ଦେଶ ର ସୈନିକ ଭାବେ ଦେଶ ମାତୃକା ପାଇଁ ସମର୍ପିତ ମନୋଭାବ ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ଏନସିସି ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ କଥାବସ୍ତୁ କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିଥୀ ପରିଚୟ ଶିକ୍ଷକ ହେମନ୍ତ ମାଝୀ ଓ ଶିକ୍ଷୟିତ୍ରୀ ରଶ୍ମିତା ଖମାରି ଦେଇଥିବା ବେଳେ ମଞ୍ଚ କୁ ଶିକ୍ଷକ ଦେବାଶିଷ ସାହୁ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ସୀମାରାଣୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏନସିସି ପ୍ରତିଷ୍ଠା ଦିବସ ପରିଚାଳନା ରେ ସ୍କୁଲ ର କର୍ମଚାରୀ ମାନେ ସହଯୋଗ କରିଥିଲେ।