Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲା ରେ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ରାଉରକେଲା: ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ରାଉରକେଲା ରେ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନ ଆୟୋଜନ ପାଇଁ ରାଉରକେଲା ଠାରେ ପ୍ରଥମ ପ୍ରସ୍ତୁତି ବୈଠକ ସେକ୍ଟର ୪ ପୁର୍ତ୍ତ ବିଭାଗ ଡାକବଂଗଲା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଲନର ଆବାହକ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ତଥା ସଂଗଠକ ଭଗବାନ ପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ରାଉରକେଲା ର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମ ଆୟୋଜନ ନେଇ ମତ ରଖିଥିଲେ।
ଗୁରୁଶ୍ରୀ ସତ୍ଯ ନାରାୟଣ ବହିଦାର ଙ୍କ ଜନ୍ନଦିନ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ ଭାବରେ ପାଲନ କରାଯାଇ ସମ୍ବଲପୁରୀ କୁ ବିଶ୍ବ ଦରବାରରେ ପହଞ୍ଚାଇବା ଦିଗରେ ମଞ୍ଚ ୨୦୧୩ ମସିହାରୁ କାର୍ଯ୍ୟ କରି ଆସୁଛି । ଏହାସହ ବିଭିନ୍ନ ଜିଲ୍ଲାରେ ଜାତୀୟ ସମ୍ବଲପୁରୀ ସମ୍ମେଲନ ଆୟୋଜନ କରି ସମ୍ବଲପୁରୀ ଭାଷା , ସାହିତ୍ୟ, ସଂସ୍କୃତି, ପରମ୍ପରା ର ପ୍ରଚାର ଦିଗରେ ଆଲୋଚନା ର ମାହୋଲ ତିଆରି କରି ଆସିଛି । ପ୍ରଥମ ସମ୍ମେଲନ ସମ୍ବଲପୁର ରେ, ଦ୍ବିତୀୟ ସମ୍ମେଲ ନ ଝାରସୁଗୁଡା ରେ , ତୃତୀୟ ସମ୍ମେଳନୀ ସୁନ୍ଦରଗଡ ରେ ଆୟୋଜନ ହୋଇଥିଲା । ରାଜ୍ଯ ଶ୍ରମ ନିଯୁକ୍ତି ମନ୍ତ୍ରୀ ଶାରଦା ପ୍ରସାଦ ନାୟକ ସମ୍ମେଲନ ର ପ୍ରୁଷ୍ଠପୋଷକ ଭାବେ ଦାୟିତ୍ୱ ନେଇଥିବା ବେଳେ ପେବ୍ରୁଆରୀ ପ୍ରଥମ ସପ୍ତାହ ରେ କାର୍ଯ୍ୟକ୍ରମ ପାଇଁ ବୈଠକ ରେ ସ୍ଥିର କରାଯାଇ ଥିଲା । ସମ୍ମିଲନୀ ରେ ପଶ୍ଚିମାଞ୍ଚଳ ର ସବୁ ଅଂଚଳର ପ୍ରତିନିଧିତ୍ବ ଗୁରୁତ୍ବ ଦେବା ପାଇଁ ମତ ପ୍ରକାଶ ପାଇଥିଲା।
ଆଜିର ବୈଠକରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ରାଉରକେଲା, ପଶ୍ଚିମ ଓଡ଼ିଶା ଦଲିତ ବିକାଶ ପରିଷଦ, ଚକୋର ସମାଜ ଯୁବାମଂଚ, ମାଁ ସମଲେଶ୍ଵରୀ ୟୁଥ ଏସୋସିଏସନ,ତ୍ରୀବେଣୀ କଲା ପରିଷଦ,ରାଉରକେଲା ଏସଟିଏସସି ୟୁଥ ସଂଗଠନ, ସମଲେଶ୍ଵରୀ ଯୁବକ ସଂଘ ବନ୍ଡୋମୁଣ୍ଡା, ତାଇକଣ୍ଡୋ ଏସୋସିଏସନ, ରାଉରକେଲା ଆର୍ଟିଷ୍ଟ ଓ୍ବେଲଫେୟାର ଏସୋସିଏସନ ସହ ପଶ୍ଚିମାଞ୍ଚଳ ଏକତା ମଞ୍ଚ କେନ୍ଦ୍ରୀୟ କମିଟୀର ସଦସ୍ଯଂକ ସହ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ରାଉରକେଲା ଶାଖା ର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ