Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା, ଭୀମଆର୍ମି ସାତୁପାଲି ଛକରେ ସମ୍ବିଧାନ ଦିବସ ପାଳିତ

ଚିପିଲିମା,ଆଜି ଭାରତୀୟ ସମ୍ବିଧାନ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତ ସାତୁପାଲି ଛକରେ ଭୀମଆର୍ମି ସମ୍ବଲପୁର ପରିବାର ପକ୍ଷ୍ୟରୁ ୭୪ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭୀମଆର୍ମି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଲଙ୍କେଶ ରାବଣ ଯୋଗଦାନ କରି ଡ଼.ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ଦୀପପ୍ରଜ୍ବଳନ କରି ମାଲ୍ୟାର୍ପଣ କରିଥିବାବେଳେ,ଭାରତୀୟ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ।ସେହିପରି ସମ୍ମାନୀୟ ଅତିଥିଭାବେ ଧନକଉଡା ଯୋନ ୨ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ହରିପାଲ,ପୂର୍ବତନ କଳାମାଟି ସରପଞ୍ଚ ଶ୍ରୀହରୀ ନାଗ,କ୍ଷେତ୍ରମଣି ବିଭାର,ବରୁଣ ସୁନା,ସମାଜସେବୀ ସୁରେଶ ଛନ୍ଦ,ରାଜକିଶୋର ବେହେରା,ଧନେଶ୍ୱର ସୁନା,ସୁଶାନ୍ତ ବୁଡା,ପ୍ରଫୁଲ୍ଲ ବେଶରା,ଶିବଶଙ୍କର ନାଗ,ରଞ୍ଜିତ ନାଗ,ନିଲିଆନନ୍ଦ,ଅରୁଣଶିବା,ଆକାଶ ନାଗ,ନିଲମ୍ବର ଭୋଇ,ସୁରେନ ନାଗ,ଅଭିମନ୍ୟୁ ଡୁନକା,ଅମନ ହାତୀ,ବଳରାମ କୁମ୍ଭାର ପ୍ରମୁଖଙ୍କ ସମେତ ଶତାଧିକ ଭୀମଆର୍ମି ସଦସ୍ୟସଦସ୍ୟା ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ