Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,କାଦୋବାହାଲ ଦଳ ବିଜୟୀ,ରନର୍ସଅପ ବିଟିଆଇ

ଚିପିଲିମା,ଆଜି ଧନକଉଡ଼ା ବ୍ଲକ ଅର୍ନ୍ତଗତ ବସନ୍ତପୁର ପଞ୍ଚାୟତର ସ୍ଥିତ ବି.ଟି.ଆଇ ସମ୍ମୁଖ ଖେଳ ପଡିଆରେ ରୋୟଲ ୱାରିଅର କ୍ଲବ, ବସନ୍ତପୁର ପକ୍ଷରୁ ଏକ ଦ୍ବିଦିବସୀୟ ଟେନିସ ବଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ଓ ବରଗଡ ଜିଲ୍ଲାର ସମୁଦାୟ ଆଠ ଗୋଟି ଦଳ ଭାଗ ନେଇଥିଲେ । ଆଜି ଫାଇନାଲ ମ୍ୟାଚ କାଦୋବାହାଲ ଓ ବି.ଟି.ଆଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଜେତା କାଦୋବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ବିନିମୟରେ ୫୧ ରନ୍ କରିଥିବା ବେଳେ ଉପବିଜେତା ବି.ଟି.ଆଇ ଦଳ ୭ ୱିକେଟ୍ ବିନିମୟରେ ୨୬ ରନ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ଯୁବ-ଛାତ୍ର ପର୍ଯ୍ୟବେକ୍ଷକ ରାଜେଶରାଜ ସ୍ବାଇଁ, ରେଙ୍ଗାଲି ଜୋନ୍-୧ ଜିଲ୍ଲା ପରିଷଦ ଚୋଳଶ୍ରୀ ମହାନନ୍ଦ, ସମ୍ବଲପୁର ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସମ୍ବଲପୁର ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଂଶୁ ପାଢ଼ୀ, ଧନକଉଡ଼ା ବ୍ଲକ ଛାତ୍ର ସଭାପତି ଶୁଭମ ପାଣି, ଯୁବ ନେତା ଅମର ମହାନନ୍ଦ ପ୍ରମୁଖ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରି ପୁରସ୍କାର ବିତରଣ କରିଥିଲେ । ଆୟୋଜକ ଭାବେ ବନମାଳୀ ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ହେମନ୍ତ ପ୍ରଧାନ, ଦେବରାଜ ବଘାର୍, ଶୁଭମ୍ ମେଣ୍ଡଳି ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ ।