ଆମ୍ବେଦକର ସେବାସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ତ୍ରିବେଣୀ ଛକ ନିକଟସ୍ଥ ଡ଼କ୍ଟର ଭୀମ ରାଓ ଆମ୍ବେଦକର ସେବାସଙ୍ଘ କାର୍ଯ୍ୟାଳୟ ଠାରେ ସମ୍ଭିଧାନ ଦିବସ ପାଳିତ ହୋଇଯାଇଛି l ସେବାସଙ୍ଘ ସଭାପତି ଅନାଦି ଜଗଦଲା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରୀୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ମୁଖ୍ୟବକ୍ତା ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଭୂଷଣ କୁମାର ପାତ୍ର ଯୋଗଦେଇ ସମ୍ବିଧାନ ଦିବସ ର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ବରିଷ୍ଟ ସଦସ୍ୟ ଭୋଳାନାଥ ସାଗର ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ଭୀମ ରାଓ ଆମ୍ୱେଦକର ଙ୍କ ଭୂମିକା ସମ୍ପର୍କ ରେ ଆଲୋଚନା କରିଥିଲେ l ସେବାସଙ୍ଘ ର ସଦସ୍ୟ ଗଦାଧର ବାଦୀ , ସୁମନ୍ତ ଜଗଦଲା , ସଙ୍ଘ ର ସମ୍ପାଦକ କର୍ମୁ କଳତା , ରାଜ କୁମାର ବାଦୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାବେଳେ ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ମହାନନ୍ଦ ସଭା ସଂଚାଳନ କରିଥିଲେ l ସେବାସଙ୍ଘ ର ଆବାସିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ପୂର୍ବତନ ସଭାପତି ନବୀନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l