Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲି:ମାସ ବ୍ୟାପି ଭାଗବତ ପାରାୟଣ ଉଦଯାପିତ

ସମ୍ବଲପୁର (ପଡିଆବାହାଲ): ବାହାମ ପଞ୍ଚାୟତର ଖଲିଆପାଲି ଠାରେ କାର୍ତ୍ତିକ ମାସ ବ୍ୟାପି ହୋଇଥିବା ଭାଗବତ ପାରାୟଣ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଉଦଯାପିତ ହୋଇଯାଇଛି। ମାଲିପଡା ଠାରେ ଅନୁଷ୍ଠିତ ଉଦଯାପନି ଉତ୍ସବ ବହୁ ଉଲ୍ଲାସର ସହିତ ସମାପିତ ହୋଇଥିଲା। ଏଥିରେ ସରୋଜ ପ୍ରଧାନ,ଜ୍ୟୋତିଷ କିଶୋର ମିଶ୍ର ପ୍ରମୂଖ ଭାଗବତ ପାଠ କରିଥିବା ବେଳେ ଉଦଯାପନୀ ଉତ୍ସବରେ ବନ୍ଦର ଓ ସାଲଡର ମହିଳା ସଂକୀର୍ତ୍ତନ ମଣ୍ଡଳ ଭଗବାନଙ୍କ ଗୁଣଗାନ କରି ସଂକୀର୍ତ୍ତନ ପରିବେଷଣ କରିଥିଲେ। ଆୟୋଜିତ ଉତ୍ସବରେ ଦେବାନନ୍ଦ ଭୋସାଗର ଅତିଥି ହିସାବରେ ଯୋଗଦାନ କରିଥିଲେ ।ମାସ ବ୍ୟାପି କାର୍ଯ୍ୟକ୍ରମକୁ ସଭାପତି ଅକ୍ଷୟ କୁମାର ନାୟକ, ସଂପାଦକ ଅନନ୍ତ ମହାପାତ୍ର,ମାନଧାତା ପଣ୍ଡା,ସୁଧାଂଶୁ ମହାପାତ୍ର,ସଞ୍ଜିବ କୁମାର ପଣ୍ଡା,ମାନଭଞ୍ଜନ ପଣ୍ଡା,ପ୍ରବୀଣ ମହାପାତ୍ର ପ୍ରମୂଖଙ୍କ ସହିତ ସଂପୂର୍ଣ୍ଣ ପଡାବାସୀ ଏହାର ପରିଚାଳନା ସହିତ ସହଯୋଗ କରିଥିଲେ।