ଦର୍ପଣ ସାଗର ପଡାରେ ଧୁମଧାମ ସହ ଶେଷ ହେଲା କାର୍ତ୍ତିକ ପୁରାଣ ।


କଳାହାଣ୍ଡି, ୨୭/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ଦର୍ପଣ ସାଗର ପଡା ରେ କାର୍ତ୍ତିକ ପୁରାଣ ଧୁମଧାମ ସହ ଆଜି ଶେଷ ହୋଇଯାଇଛି । ଚଳିତ ମାସ 20 ତାରିଖ ସନ୍ଧ୍ୟା 5 ଘଣ୍ଟା ସମୟରେ ଦର୍ପଣ ସାଗର ପଡା ରୁ କଳସ ଯାତ୍ରା ବାହାରି ପୁରୁଷୋତ୍ତମ ସାଗର କୁ ପହଞ୍ଚି ପୂଜାର୍ଚ୍ଚନା ପରେ ପୁଣି ଦର୍ପଣ ସାଗର ପଡାରେ ପହଞ୍ଚିଥିଲା । ଏହି କଳସ ଯାତ୍ରାରେ ଦର୍ପଣ ସାଗର ପଡା ସମେତ ଆଖପାଖ ଅଞ୍ଚଳର ସହସହ ମହିଳା ପୁରୁଷ ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଏହି କାର୍ତ୍ତିକ ପୁଜା ଦୁତୀୟ ବର୍ଷ ପାଳନ କରାଯାଇଥିଲା । ଏହି ପୁଜା ଚଳିତ ମାସ 21 ତାରିଖ ରୁ 27 ତାରିଖ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ଏହି କାର୍ତ୍ତିକ ପୁଜା ଅନୁଷ୍ଠିତ ହୋଇଥିଲା । ଦିର୍ଘ ସାତଦିନ ଧରି କାର୍ତ୍ତିକ ପୁରାଣ ପଢିବା ସହ ପ୍ରତ୍ୟେକ ଦିନ ଦ୍ବିପ୍ରହର ଅନ୍ନ ଭୋଜନ ର ବ୍ୟବସ୍ଥା କରିବା ସହ ସଂଧ୍ୟା ସମୟରେ ଖେଚୁଡି ଭୋଗ , ପ୍ରତ୍ୟେକ ଦିନ ସଂଧ୍ୟା ରେ କୀର୍ତନ ଆୟୋଜନ କରା ଯାଇଥିଲା । ଆଜି ଶେଷ ଦିନରେ ସକାଳୁ ଆଳତି ହେବା ପରେ ପୂର୍ଣ୍ଣାହୁତି ହୋଇଥିଲା । ପରେପରେ ଭଗବାନଙ୍କ ଫଟୋଚିତ୍ର ସହ ଦହି ହାଣ୍ଡି ଦର୍ପଣ ସାଗର ପଡା ଓ ଆଖପାଖ ଅଞ୍ଚଳର ସହସହ ମହିଳା ପୁରୁଷ କୀର୍ତନ ଓ ବାଜା ଗାଜା ସହ ନଗର ପରିକ୍ରମା କରିବା ସହ ଏହି କାର୍ତ୍ତିକ ପୁରାଣ ପୁଜା ଶେଷ ହୋଇଛି । ଚଳିତ ବର୍ଷ କର୍ତ୍ତା ଭାବରେ ଭବାନୀ ଶଙ୍କର ସିଂ ଦେଓ ଓ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ସିଂ ଦେଓ କାର୍ଯ୍ଯ ତୁଳାଇଥିବା ବେଳେ ପୁଜକ ଭାବରେ ଶ୍ରୀନିବାସ ମୁଣ୍ଡ ସମସ୍ତ ପୁଜା କାର୍ଯ୍ଯ ତୁଲାଇଥିଲେ । ଏହି କାର୍ତ୍ତିକ ପୁରାଣ ପଡାର ସମସ୍ତ ବରିଷ୍ଠ ବ୍ଯକ୍ତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ସମସ୍ତ ଯୁବକ କାର୍ଯ୍ଯରେ ସହଯୋଗ କରିଥିଲେ ।