Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶହସ୍ରାଧିକ ଭକ୍ତଙ୍କ ସମାଗମରେ ପବିତ୍ର ଘଣ୍ଟେଶ୍ୱରୀ ପୀଠ

ଚିପିଲିମା,ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ସମ୍ବଲପୁର ଚିପିଲିମା (ବଗବିରା)ସ୍ଥିତ ପର୍ଯ୍ୟଟନ ପୀଠ ଘଣ୍ଟେଶ୍ୱରୀ ମାଁଙ୍କ ପୀଠରେ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତ୍ୟେକେ ନିଜ ନିଜ ମନସ୍କାମନା ପାଇଁ ଦୀପ ପ୍ରଜ୍ବଳନ କରି ମାଙ୍କଠାରେ ପୁଜା ଅର୍ଚନା କରି ମାଁଙ୍କ ଦର୍ଶନ ପ୍ରାପ୍ତି କରିଥିବାବେଳେ,ଘଣ୍ଟିର ରୁଣୁଝୁଣୁ ଶବ୍ଦରେ ଅଞ୍ଚଳ ମୁଖରୀତ ହୋଇଥିଲା।ଟ୍ରଷ୍ଟି ସଞ୍ଜୟ ପୂଜାରୀଙ୍କ ତତ୍ୱବାଧାନରେ ସ୍ୱେଚ୍ଛାସେବୀମାନେ ଦାୟିତ୍ୱ ସମ୍ପାଦନ କରିଥିଲେ।ମୁଖ୍ୟ ପୂଜକ ନୃପରାଜ ନାଏକଙ୍କ ତତ୍ୱବାଧାନରେ ପୂଜାକାର୍ଯ୍ୟ ହୋଇଥିଲା।ଶହସ୍ରାଧିକ ଭକ୍ତଙ୍କ ସମାଗମରେ ଶାନ୍ତିଶୃଙ୍ଖଳା ପାଇଁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ପୋଲିସ ମୁତୟନ ଥିଲେ।