Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

ଲକ୍ଷ୍ମୀପୁର ୨୯/୧୧ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ୧୩ ଟି ପଞ୍ଚାୟତ ମଧ୍ୟରୁ ୯ ଟି ପଞ୍ଚାୟତ ରେ ଆମ ବ୍ୟାଙ୍କ୍ ସୁବିଧା ଆରମ୍ଭ କରାଯାଇଛି ।ଆଜି ରାଜ୍ୟ ସରକାର ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀପୁର ବ୍ଲକର ଭିତରଗଡ, ବୁର୍ଜା, ଚମ୍ପି, ଗୌଡ଼ଗୁଡା, ଓଡିଆପେଣ୍ଠ, କୁସୁମଗୁଡ଼ା, ତୟାପୁଟ,ପଞ୍ଚଡା ଓ ତୁନପାର୍ ପଞ୍ଚାୟତରେ “ଆମ ବ୍ୟାଙ୍କ୍” ର ଶୁଭ ଉଦଘାଟନ କରିଛନ୍ତି।ଏହି ଆମ ବ୍ୟାଙ୍କ୍ ଖୋଲିଲେ ଭତ୍ତା ପାଇଁ ବ୍ଲକ୍ ସଦର ଉପରେ ନିର୍ଭର କରୁଥିବା ସମସ୍ତ ହିତାଧିକାରୀ ଆଶ୍ବସ୍ତ ହେବେ।ଅସହାୟ,ବରିଷ୍ଠ ନାଗରିକ, ଭିନ୍ନକ୍ଷମ,ମହିଳାଙ୍କ ସମେତ ଅନେକ ଲୋକ ନିଜ ଘର ପାଖରେ ବ୍ୟାଙ୍କ୍ ସେବା ପାଇଁ ପାରିବେ।ଏନେଇ ଯେଉଁ ସବୁ ପଞ୍ଚାୟତ ହେଡକ୍ୱାଟର ରେ ରାଜିବ ଗାନ୍ଧୀ ସେବା କେନ୍ଦ୍ର ରହିଚି ସେହି ପଞ୍ଚାୟତରେ ବ୍ୟାଙ୍କ୍ ଖୋଲିବାକୁ ରାଜ୍ୟ ସରକାରଙ୍କ ତରଫରୁ ଦଶ ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି।ଏଥି ସହ ପାଞ୍ଚ ବର୍ଷ ଯାଏଁ ସମସ୍ତ “ଆମ ବ୍ୟାଙ୍କ୍” ଗୁଡ଼ିକୁ ମାଗଣା ଘର ଦେବକୁ ମଧ୍ୟ ଚୁକ୍ତି କରାଯାଇଛି।ଦେଶର ସମୁଦାୟ ଛଅଟି ବଡ ବଡ ବ୍ୟାଙ୍କ୍ ଗୁଡ଼ିକୁ ନେଇ ରାଷ୍ଟ୍ରାୟତ ବ୍ୟାଙ୍କ କରି ଆମ ବ୍ୟାଙ୍କ୍ ନାମ କରଣ କରାଯାଇଛି।ଆଜି ଏହି ଆମ ବ୍ୟାଙ୍କ୍ ଗୁଡ଼ିକର ଉଦଘାଟନ ସମୟରେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଈ କୁଲେସିକା,ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ ବିଡ଼ିଓ ଗୁରେଶ୍ୱର୍ ଭୋଇଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ।୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ସରକାର ସେତେ ଯୋଜନା ପ୍ରଚଳନ କରି ଭୋଟ ର ଙ୍କ ମନ ଜିଣିବାକୁ ପ୍ରୟାସ ଜରିଆରେ ରଖିଛନ୍ତି ।ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ପ୍ରଥମେ ମୋ ବସ୍ ତାପରେ ଲକ୍ଷ୍ମୀ ବସ୍ ଏବେ ପୁଣି ଆମ ବ୍ୟାଙ୍କ୍ ସୁବିଧା ପ୍ରତ୍ୟେକ ପଞ୍ଚାୟତରେ ଯୋଗାଇ ଥିବା ବେଳେ ଲୋକେ କେତେ ଉପକୃତ ହେଉଛନ୍ତି ତାହା ଦେଖିବା କୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ