Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଚେରୀ ରେ ସୀମିତ ରହିଗଲା ନୂତନ ବସଷ୍ଟାଣ୍ଡ ନିର୍ମାଣ।ଦ୍ୱିତୀୟ ପର୍ଯ୍ୟୟରେ ଶିଳାନ୍ୟାସ ସତ୍ୱେ ଆଗେଇପାରୁନି ବସ ଷ୍ଟାଣ୍ଡ

ଲକ୍ଷ୍ମୀପୁର ୨୭/୧୧.. ଲକ୍ଷ୍ମୀପୂର ବ୍ଲକ ସଦର ମହକୁମା ରେ ପାଚେରୀ ରେ ସୀମିତ ହୋଇ ରହିଯାଇଛି ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାମ।୨୦୧୪ ମସିହାରେ ପୂର୍ବତନ ବିଧାୟକ ଝିନ ହିକକା ଏକ ପ୍ରସ୍ତାବ ଦେଇ ରେଲଓ୍ଵେ ଛକ ନିକଟରେ ଥିବା ଆମ୍ବତୋଟା ରେ ପ୍ରଥମ ପର୍ଯାୟରେ ୨୦ ଲକ୍ଷ ଟଙ୍କାର ଅନୁଦାନ ରାଶିରେ ନୁତନ ବସ ଷ୍ଟାଣ୍ଡ ର ଶୁଭ ଉଦଘାଟନ କରିଥିଲେ।ଉଦଘାଟନ ପରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଧା କେବଳ ତିନି ପାଖ ପାଚେରୀ କରାଯିବା ପରେ ସୀମିତ ହୋଇ ରହିଗଲା।ନିର୍ମାଣ କାର୍ଯ୍ୟ ଆଉ ଆଗକୁ ବଢ଼ି ପାରିଲା ନାହିଁ। କେତେ ଟଙ୍କା ସରିଲା ଆଉ କେତେ ଟଙ୍କା ରହିଲା ତାହା ବି କାହାକୁ ଜଣା ଗଲା ନାହିଁ ଏବେବି ସେଇ ସ୍ଥାନ ତିନି ପଟେ ପାଚେରି ଭଙ୍ଗା ରୁଜା ହୋଇ ରହିଥିବା ବେଳେ କିଛି ହାଇଓ୍ଵା ଗାଡି ମାଲିକ ତାକୁ ହାଇଓ୍ଵା ଷ୍ଟାଣ୍ଡ କରିନେଇଛନ୍ତି।ବସ ରହିବା ଜାଗାରେ ଏବେ କୋଡିଙ୍ଗା ମାଳିରେ ନିୟୋଜିତ ହାଇଓ୍ଵା ଗାଡି ରହୁଚି।କିନ୍ତୁ ବସ ଷ୍ଟାଣ୍ଡ ନିର୍ମାଣ କରିବା ଦିଗରେ ନା ବ୍ଲକ ପ୍ରଶାସନ ନା ଜିଲ୍ଲା ପ୍ରଶାସନ କେହିବି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି।ପାଚେରୀ ନିର୍ମାଣ ର ୨୦ଲକ୍ଷ ଟଙ୍କା ପାଣି ରେ ବୁଡ଼ିଲା ବୋଲି ଅନେକ ଳୋକ ପ୍ରକାଶ କରିଛନ୍ତି।
ନଅ ବର୍ଷ ବିତିବାକୁ ବସିଥିବା ବେଳେ ଏବେ ପୁଣି ଥରେ ସେହି ସ୍ଥାନରେ ନୂତନ ବସ ଷ୍ଟାଣ୍ଡ କାମ ଆରମ୍ଭ ହେବାକୁ ୪କୋଟି ଟଙ୍କାର ଵେୟ ବରାଦରେ ରାଜ୍ୟ ସରକାର ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି।ଉକ୍ତ କାମ ରାଜ୍ୟ ସଡକ ପରିବହନ ହାତକୁ ନେଇଥିବା ବେଳେ ଶିଳାନ୍ୟାସ ହୋଇ ଦୁଇ ମାସ ବିତି ଗଲାଣି ହେଲେ ବର୍ତ୍ତମାନ ସୁଧା କାର୍ଯ୍ୟ ଆରମ୍ଭ ହେବାର ନାଗନ୍ଧ ଜଣା ପଡ଼ୁନି ।ଲକ୍ଷ୍ମୀପୁର ବ୍ଲକ୍ ପ୍ରତି ରାଜ୍ୟ ସରକାରଙ୍କ ଦରଦ କେତେ ଏଥିରୁ ଠିକ୍ ଜଣା ପଡୁଛି।ଆଗକୁ ଏହି କାର୍ଯ୍ୟ ହେବ ନା ପୂର୍ବ ଭଳି ଏମିତି ଶିଳାନ୍ୟାସ ରେ ବର୍ଷ ବର୍ଷ ଧରି ରହିଯିବ କିଛି ଜଣା ପଡୁନଥିଲା ବଳେ ସବୁ କିଛି ଭୋଟ ରାଜନୀତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ସମସ୍ୟା ଅଛି ତାର ସମାଧାନ ମଧ୍ୟ ଅଛି ହେଲେ ଲକ୍ଷ୍ମୀପୁର ବ୍ଲକରେ ଲାଗି ରହିଥିବା ଅନେକ ସମସ୍ୟାର ସମାଧାନ ହେଇ ପାରୁନଥିବା ଦୁଃଖର ବିଷୟ କହିଲେ କିଛି ଅତ୍ୟୁକ୍ତି ହେବନି।କାରଣ ପ୍ରାୟ ଅଧିକାଂଶ କ୍ଷେତ୍ରରେ ଲକ୍ଷ୍ମୀପୁର ବ୍ଲକକୁ ଅଣଦେଖା କରାଯାଉଥିବା ବିରୋଧୀ ବ୍ଲକ ସ୍ତରୀୟ କଂଗ୍ରେସ ନେତା ମଧ୍ୟ ପ୍ରକାଶ କରିଛନ୍ତି ।ବ୍ଲକ୍ ବାସିନ୍ଦାଙ୍କ ପାଇଁ ସେମିତି କିଛି ଆଖିଦୃସିୟା କାମ ଦେଖା ଯାଉନି।ବସ ରହଣିର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ନଥିବା କାରଣରୁ କୋରାପୁଟ ଠାରୁ ଲକ୍ଷ୍ମୀପୁର ଦେଇ ଦୈନିକ ୫୦ରୁ ଉର୍ଦ୍ଧ ଘରୋଇ ଓ ସରକାରି ବସ ଚଳ ପ୍ରଚଳ କରୁଥିବା ବେଳେ ପାସେଞ୍ଜରଙ୍କ ପାଉଁ ଅସୁବିଧା ହେଉଚି।କୋଉ ବସ କୋଉଠି ରହିବ ତାର କୌଣସି ଠିକ ଠିକଣା ନାହିଁ।ଜାତୀୟ ରାଜପଥ ଉପରେ ହିଁ ବସ ରହି ଟ୍ରାଫିକ ସମସ୍ୟା କରାଉଛନ୍ତି ତେଣୁ ଲକ୍ଷ୍ମୀପୁର ବ୍ଲକ ସଦରରେ ଏକ ସ୍ଵତନ୍ତ୍ର ବସ ଷ୍ଟାଣ୍ଡ ଦରକାର ହୋଇ ପଡିଛି।ଏହି ସମସ୍ୟା ବହୁ ପୁରୁଣା ହୋଇଥିବା ବେଳେ କେବେ ନିର୍ମାଣ କରାଯାଉଛି ତାହା ଦେଖିବାକୁ ଅପେକ୍ଷା।