Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାପାନରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ; କାଲି ଓଡ଼ିଶା ବିଜ୍‌ନେସ ମିଟ୍‌କୁ କରିବେ ସମ୍ବୋଧନ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସହ ପାଛୋଡି ନେଇଛନ୍ତି ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀ। ଓଡ଼ିଶାର ବିକାଶକୁ ଆହୁରି ଆଗେଇ ନେବା ଲାଗି ଆଜି ଜାପାନର ପ୍ରତିଷ୍ଠିତ କମ୍ପାନୀ ନିପନ ଷ୍ଟିଲ ସହିତ ଆଲୋଚନା କରିବେ ନବୀନ। ଆସନ୍ତାକାଲି ଜାପାନର ଅନ୍ୟ ବୃହତ୍‌ କମ୍ପାନୀ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ପ୍ରଗତିକୁ ଆହୁରି ଦୃଢ କରିବା ଲାଗି ଆସନ୍ତାକାଲି ଓଡ଼ିଶା ବିଜ୍‌ନେସ ମିଟ୍‌କୁ ସମ୍ବୋଧନ କରିବା ସହ ପୁଞ୍ଜି ନିବେଶ କରିବାକୁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଜ୍‌ନେସ ମିଟ୍‌ରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ ବୋଲି ସୂଚନା ମିଳିଛି।