Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରକାଶୀ ଟନେଲରୁ ହେଲେଣି ଶ୍ରମିକ ଉଦ୍ଧାର

ଉତ୍ତରକାଶୀ ଟନେଲରୁ ଶ୍ରମିକ ଉଦ୍ଧାର ଆରମ୍ଭ ହୋଇଛି।ଘଟଣା ସ୍ଥଳରେ ଓଡ୍ରାଫ୍ଟ ଟିମ ସହ ଡାକ୍ତରୀ ଦଳ ପହଞ୍ଚି ଏହି ଉଦ୍ଧାର କାର୍ଯ୍ୟକୁ ଅବ୍ୟାହତ ରଖିଛନ୍ତି। ଏଭଳି ଆସିଛି ଏବେ ଏକ ବଡ଼ ଖବର। ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର ଆରମ୍ଭ ହୋଇଥିବା ନେଇ ଖବର ଆସିବା ପରେ ସବୁ ମହଳରେ ଆନନ୍ଦ ଉତ୍ସାହ ଦେଖାଦେଇଛି। ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଇପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧା କରାଯାଉଛି। ପ୍ରଥମ ଦଫାରେ ୧୦ ଜଣ ଶ୍ରମିକଙ୍କୁ ବାହାରକୁ ଅଣାସରିଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ବିଶେଶ୍ବର ନାୟକ ଓ ତପନ ମଣ୍ଡଳ ରହିଛନ୍ତି। ପ୍ରତିକ୍ଷାର ଅନ୍ତ ଘଟାଇ ଜଣେ ପରେ ଜଣେ ଶ୍ରମିକ ବାହାରକୁ ଆସୁଛନ୍ତି। ଟନେଲ ଭିତରେ ଫସି ରହିଥିବା ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟନେଲ ବାହାରେ ଆମ୍ବୁଲାନ୍ସ ସହିତ ମେଡ଼ିକାଲ ଟିମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମନ୍ୱିତ ସହଯୋଗ ବଳରେ ଏଭଳି ଏକ ସ୍ୱର୍ଶକାତର ଘଟଣାକୁ ସରକାର ଗୁରୁତର ସହିତ ନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରି ସମଗ୍ର ବିଶ୍ୱରେ ଭାରତୀୟ ମାନବିକତା ସେବାକୁ ଏକ ବିରଳ ଉଦାହରଣର ପ୍ରମାଣ ଦେବାକୁ ନିଜର ନିପୁଣ କାର୍ଯ୍ୟ ଦକ୍ଷତାକୁ ବିନିଯୋଗ କରୁଛନ୍ତି। ଆସନ୍ତା ସକାଳ ସୁଦ୍ଧା ସବୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଆରମ୍ଭରୁ ସରକାର ପ୍ରୟାସ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ