Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟନେଲରୁ ଉଦ୍ଧାର ହେଲେ ସମସ୍ତ ଶ୍ରମ ଯୋଦ୍ଧା:ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଉତ୍ତରକାଶୀ ଟନେଲରୁ ଆସିଲା ବଡ଼ ଖବର। ଉତ୍ତରକାଶୀ ଟନେଲ ଭିତରୁ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ସମସ୍ତେ ସୁସ୍ଥ ରହିଥିବା ନେଇ ଖବର ଆସିଛି। ସମସ୍ତ ଶ୍ରମିକ ଶ୍ରମଯୋଦ୍ଧା ଭାବେ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର ହୋଇ ନିଜର କିର୍ତ୍ତି ରଖିଛନ୍ତି। ପାଇପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧା କରାଯାଇଥିଲା। ପ୍ରତିକ୍ଷାର ଅନ୍ତ ଘଟାଇ ସମସ୍ତ ଶ୍ରମିକ ବାହାରକୁ ଆସିଛନ୍ତି। ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ନେଇ ଯେଉଁ ଚିନ୍ତା ରହିଥିଲା ତାହା ବୁଦ୍ଧି ଓ କୌଶଳ ବଳରେ ସଫଳତା ହାସଲ କରିଛି। ଟନେଲ ବାହାରେ ମେଡ଼ିକାଲ ଟିମ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସମସ୍ତେ ସୁସ୍ଥ ଥିବା ନେଇ ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ସମସ୍ତ ଶ୍ରମଯୋଦ୍ଧା ଜୀବନ ରଖି ଉଦ୍ଧାର ହୋଇଥିବାରୁ ପରିବାର ଆତ୍ମିୟ ସ୍ୱଜନ ଏପରିକି ସବୁ ମହଳରୁ ଉଦ୍ଧାରକାରୀଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।ଏହାକୁ ନେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଖୁସୀ ବ୍ୟକ୍ତ କରି ଉଦ୍ଧାରକାରୀ ଧଳଙ୍କୁ ଶୁଭେଚ୍ଛା ଜଣାଇନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀ ମଧ୍ୟ ନିଜର ସନ୍ତୋଷ ପ୍ରକାଶ କରି ସମସ୍ତ ଏଜେନ୍ସିକୁ ସାଧୁବାଦ୍ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ