Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କଣ ତୁମ ପାଖରେ ଅନ୍ୟ କୌଣସି ଆଇଏଏସ ଅଧିକାରୀ ନାହାନ୍ତି ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀରେ ଅବସ୍ଥାପିତ ମୁଖ୍ୟ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ଅବଧିକୁ ପୁଣି ଥରେ ଛଅ ମାସ ବଢାଇବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସରକାରଙ୍କ ପାଖରେ ଏସବୁ କରିବାର ଅଧିକାର ରହିଛି। ଏହା ପୂର୍ବରୁ ୫୭ ଥର ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ ମଧ୍ୟ ବିସ୍ତାର କରାଯାଇଛି। ଉଲ୍ଲେଖନୀୟ ଦିଲ୍ଲୀ ସରକାର ଓ ନରେଶ କୁମାରଙ୍କ ମଧ୍ୟରେ ବିବାଦ ଓ ମତାନ୍ତର ଜାରି ରହିଛି। ନରେଶଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ତାରିଖରେ ସମାପ୍ତ ହେଉଛି। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ତାଙ୍କ ସହମତିରେ ନୂତନ ମୁଖ୍ୟ ସଚିବ ନିଯୁକ୍ତ କରାଯିବାକୁ ଦାବି କରିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଦିଲ୍ଲୀ ଦେଶର ରାଜଧାନୀ। କେନ୍ଦ୍ର ସରକାର ବିଚାର କରୁଛନ୍ତି ଯେ, ନରେଶ କୁମାରଙ୍କୁ ଆହୁରି ଛଅ ମାସ ମୁଖ୍ୟ ସଚିବ ପଦରେ ରଖାଯାଉ। ମେହଟ୍ଟା ଏହା ମଧ୍ୟ କହିଛନ୍ତି ଯେ, ନରେଶଙ୍କୁ ଆଗାମୀ ଛଅ ମାସ ଏହି ପଦରେ ରଖାଯାଇ ପାରିବ କାରଣ ନିୟମ ଅନୁସାରେ ଏଥିରୁ ଅଧିକ ବିସ୍ତାର କରାଯାଇ ପାରିବ ନାହିଁ।

ଗୋଟିଏ ଦିନ ପୂର୍ବରୁ ଏହି ପ୍ରସଙ୍ଗରେ ଶୁଣାଣି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ଜାହିର କରି ଜଣାଇଥିଲେ ଯେ, ନରେଶ କୁମାରଙ୍କ କାର୍ଯ୍ୟକାଳ ଅବଧିକୁ ସରକାର ବଢାଇବାକୁ ଚାହାନ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଥିଲେ ଯେ, କେଉଁ ଶକ୍ତି ଆଧାରରେ କେନ୍ଦ୍ର ସରକାର ଏମିତି କରିବାକୁ ଚାହୁଁଛନ୍ତି। କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, କଣ ତୁମ ପାଖରେ କେବଳ ଜଣେ ବ୍ୟକ୍ତି ରହିଛନ୍ତି। କଣ ଏହି ପଦ ପାଇଁ ଆଇଏଏସର ଅନ୍ୟ କୌଣସି ଅଧିକାରୀ ନାହାନ୍ତି। ଅଦାଲତ କେନ୍ଦ୍ର ସରକାରଙ୍କୁ ଏହା ଜଣାଇବାକୁ କହିଛନ୍ତି ଯେ, କେଉଁ ଆଧାରରେ ନରେଶ କୁମାରଙ୍କ କାର‌୍ୟ୍ୟକାଳ ବଢାଇବାକୁ ଚାହୁଁଛନ୍ତି।

More Stories