Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆର ମୁଖ୍ୟ କୋଚରେ ରହିବେ ରାହୁଲ ଦ୍ରାବିଡ଼, ସପୋର୍ଟ ଷ୍ଟାଫଙ୍କ ଅବଧି ମଧ୍ୟ ବଢାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ ଦଳର କେଚିଂ ଷ୍ଟାଫଙ୍କ କଣ୍ଟ୍ରାକ୍ଟ ଅବଧି ବଢାଇବାକୁ ଘୋଷଣା କରିଛି। ରାହୁଲ ଦ୍ରାବିଡ ଏବଂ ତାଙ୍କ ସହଯୋଗୀ କର୍ମଚାରୀଙ୍କ କାର‌୍ୟ୍ୟକାଳ ଅବଧି ବୃଦ୍ଧି କରିଛି ବିସିସିଆଇ। ହେଲେ ଏହା କେଉଁ ତାରିଖ ଯାଏ ବୃଦ୍ଧି କରାଯାଇଛି ତାହାର ସୂଚନା ଦିଆଯାଇ ନାହିଁ। ପୁଣି ଥରେ ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଭାବେ ଏବଂ ତାଙ୍କର ସହଯୋଗୀ କର୍ମଚାରୀ ପୁଣି ଥରେ ନିଜର ଦାୟିତ୍ଵ ସମ୍ଭାଳିବେ। ବିଶ୍ଵକପ୍ ୨୦୨୩ ସହିତ ରାହୁଲ ଦ୍ରାବିଡ଼ ଓ ତାଙ୍କ ସହିତ ବ୍ୟାଟିଂ କୋଚ୍, ଫିଲ୍ଡିଂ କୋଚ୍ ଓ ବୋଲିଂ କୋଚଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା।

ବିସିସିଆଇ ବିଜ୍ଞପ୍ତି ଜାରି କରି ଜଣାଇଛି ଯେ, ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ ଓ ଦଳର ଅନ୍ୟ ସହଯୋଗୀ ଷ୍ଟାଫଙ୍କ ଅନୁବନ୍ଧ ବିସ୍ତାର କରାଯାଇଛି। ନିକଟରେ ସଂପନ୍ନ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍(୨୦୨୩) ପରେ ସେମାନଙ୍କର ଅବଧି ସମାପ୍ତ ହୋଇଥିଲା। ଏହା ପରେ ବୋର୍ଡ ଓ ରାହୁଲ ଦ୍ରାବିଡ଼ଙ୍କ ମଧ୍ୟରେ ଆଲୋଚନା ସକରାତ୍ମକ ରହିବା ପରେ ଦ୍ରାବିଡ଼ କୋଚ୍ ପଦରେ ରହିବା ନେଇ ସହମତି ପ୍ରକାଶ କରିଛନ୍ତି। ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍ ଟି ଦିଲୀପ ଓ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କ ମଧ୍ୟ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ବୋର୍ଡ ରାହୁଲ ଦ୍ରାବିଡ଼ଙ୍କ ପ୍ରଶଂସା କରି କହିଛି ଯେ, ଭାରତୀୟ ଦଳର କୋଚ୍ ଭାବେ ଦ୍ରାବିଡ଼ଙ୍କ ଭୂମିକା ମହତ୍ଵପୂର୍ଣ୍ଣ ରହିଛି। ବୋର୍ଡର ଏନସିଏ ଅଧ୍ୟକ୍ଷ ଭାବେ ଭିଭିଏସ୍ ଲକ୍ଷ୍ମଣଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। ଦଳରେ ଦ୍ରାବିଡ଼ଙ୍କ ଗୁରୁତ୍ଵକୁ ଅନୁଭବ କରି ବୋର୍ଡ ପୁଣି ଥରେ ତାଙ୍କ ଅନୁବନ୍ଧ ବଢାଇଥିବା ଜନୈକ ଅଧିକାରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ