ସମ୍ବଲପୁର:ଚଳିତ ଶୀତକୁ ନଜରରେ ରଖି ଆଜି କିଛି ସ୍ୱେଚ୍ଛାସେବୀଙ୍କ ଦ୍ଵାରା ମହାନଗର ଅନ୍ତର୍ଗତ ଦୁର୍ଗାପାଲି, କାନିଝୁରି ଓ ଷ୍ଟେସନପଡା ଅଞ୍ଚଳର କିଛି ଗରିବ ଲୋକଙ୍କୁ କମ୍ବଳ, ଚାଦର ଓ ବାସନକୁସନ ଆଜି ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସଂଖ୍ୟାଲଘୁ ଜିଲ୍ଲା ସଭାପତି-ଜଫର ଅଲ୍ଲୀ ଖାନ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଜେଡ଼ି ମହାନଗର ସଭାପତି-ପ୍ରଫୁଲ୍ଲ କୁମାର ଦାଶ,ବିଜୁ ସ୍ମୃତି କମିଟିର ଉପସଭାପତି ତଥା ବରିଷ୍ଠ ବିଜେଡ଼ି ନେତା-ସତ୍ୟେନ୍ଦ୍ର କୁମାର ଦାଶ,ସମାଜସେବୀ ତଥା ବରିଷ୍ଠ ବିଜେଡ଼ି ନେତା- ଆର.ଏ.ଶିବ କୁମାର,ବିଜୁ ସ୍ମୃତି କମିଟିର ସମ୍ପାଦକ ତଥା ବିଜେଡି ସକ୍ରିୟ ସଭ୍ୟ-ଦୁଲାଲ ଚନ୍ଦ୍ର ରାୟ,ବରିଷ୍ଠ ବିଜେଡ଼ି ନେତା-ଅଶୋକ ମିଶ୍ର,ବରିଷ୍ଠ ବିଜେଡ଼ି ନେତା-ଶେଷଦେଵ ଗୁରୁ, ବାଦଲ ବର୍ଣିକ ପ୍ରମୁଖ ଉପସ୍ଥିତ ଥିଲେ।
ଅସହାୟ ଲୋକଙ୍କୁ ଶୀତବସ୍ତ୍ର,ଚାଦର ଓ ବାସନ ପ୍ରଦାନ
