ପେ ଏଣ୍ଡ ପ୍ଲେ ଫି ନିୟମ ଧାର୍ଯ୍ୟର ପୁନର୍ବିଚାର ହେଉ : ସୂର୍ଯ୍ୟ ପାଣିଗ୍ରାହୀ


ସମ୍ବଲପୁର:ଓଡିଶା ସରକାର ଙ୍କ ଅଧିନସ୍ଥ କ୍ରୀଡା ଓ ଯୁବ ସେବା ବିଭାଗ ଅନ୍ତର୍ଗତ ବିଭିନ୍ନ କ୍ରୀଡା ପାଇଁ ” ପେ ଓ ପ୍ଲେ ” ଏପ ର ଆରମ୍ଭ ଡିସେମ୍ବର ମାସରୁ ଆରମ୍ଭ କରାଯାଉଛି l ସରକାର ଙ୍କର ଅଧୀନରେ ଥିବା ବିଭିନ୍ନ ଷ୍ଟାଡିୟମ, ଇଣ୍ଡୋର ହଲ, ସ୍ବିମିଙ୍ଗ ପୁଲରେ ଖେଳିବାକୁ ସୁଲଭ ମୂଲ୍ୟରେ ସ୍ୱଳ୍ପ ଫି ଧାର୍ଯ୍ୟ କରାଯିବାର ଯୋଜନା ପ୍ରସ୍ତୁତ କରି, ଏହି ” ପେ ଆଣ୍ଡ ପ୍ଲେ ” ଏପ ର ଶୁଭାରମ୍ଭ କରିଥିଲେ।ଯଦ୍ୱାରା ଖେଳିବାକୁ ଚାହୁଁ ଥିବା ବ୍ୟକ୍ତି ଅନଲାଇନ ରେ ନିଜ ନାମ ପଞ୍ଜିକୃତ କରିପାରିବେ l
ବର୍ତ୍ତମାନ କିନ୍ତୁ ବଦଳି ଯାଇଛି ନିଷ୍ପତ୍ତି । ଏହି ସବୁ ଖେଳିବା ଆଗରୁ ଯେଉଁ ସୁଲଭ ଫି କଥା କହୁଥିଲେ, ତାହା ଖେଳକୁଦ କୁ ଭଲ ପାଉଥିବା ତଥା ନିଜ ଶରୀର କୁ ସୁସ୍ଥ ରଖିବାକୁ ଚାହୁଁଥିବା କ୍ରୀଡ଼ାପ୍ରେମୀଙ୍କୁ ଚିନ୍ତାରେ ପକେଇ ଦେଇଛି ବୋଲି ସମ୍ବଲପୁରର ଆମର ବ୍ୟାଡ଼ମୀଣ୍ଟନ କ୍ଲବ ( ଏ ବି ସି ) ର ସଂଯୋଜକ, ସୂର୍ଯ୍ୟ ପାଣିଗ୍ରାହି ଉଦବେଗ ପ୍ରକାଶ କରିଛନ୍ତି।
ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ରେ ଖେଳିବାକୁ ଆଗରୁ ମାସକୁ ୩୦୦ ଟଙ୍କା ଓ ପରେ ୬୦୦ ଟଙ୍କା ଥିଲା।ସରକାରୀ ନିୟମ ଲାଗିଲା ପରେ ଏହି ଫି ସୁଲଭ ହେବା କଥା l ହେଲେ ଦୁର୍ଭାଗ୍ୟ ର ବିଷୟ , ଖେଳିବା ପାଇଁ ଫି କମିବା ବଦଳରେ ଦ୍ବିଗୁଣିତ କରି ମାସକୁ ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି l ଯାହାକି କ୍ରୀଡା ପ୍ରେମୀ କୁ ଗଭୀର ଆଘାତ ଦେବା ସହ ନିରୁତ୍ସାହିତ କରିଛି ବୋଲି ଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l
ଆମର ବ୍ୟାଡ଼ମୀଣ୍ଟନ କ୍ଲବ ର ସଂଯୋଜକ ଶ୍ରୀ ପାଣିଗ୍ରାହୀ ଏହି “ପେ ଆଣ୍ଡ ପ୍ଲେ ” ନିୟମ ରେ ଖେଳିବା ଫି କୁ କମାଇ ଦିଆଯାଉ ଓ ମାସକୁ ୩ ଶହରୁ ଟଙ୍କାରୁ ୫ ଶହ ଟଙ୍କା ମଧ୍ୟରେ ସୀମିତ ରଖାଯିବାକୁ ଦାବି କରିଛନ୍ତି।
l
ସୂଚନା ଯୋଗ୍ୟଯେ ବେସରକାରୀ ବ୍ୟାଡ଼ମୀଣ୍ଟନ ହଲ ମାନଙ୍କରେ ମାସକୁ ୫ ଶହ ଟଙ୍କା ମଧ୍ୟରେ ଫି ନିଆଯାଉଛି l ତେଣୁ, ଅନ୍ତତଃ ପକ୍ଷେ ସରକାରୀ ସ୍ତରରେ ପରିଚାଳିତ କ୍ରୀଡ଼ାଙ୍ଗନ ମାନଙ୍କର ନିର୍ଣ୍ଣୟ କରାଯାଇଥିବା ଫି ନିୟମକୁ ତୁରନ୍ତ ବାତିଲ କରାଯାଇ ଫି ନିୟମକୁ ସୁଲଭ କରିବାକୁ ପୁନର୍ବିଚାର କରିବାକୁ ଶ୍ରୀ ପାଣିଗ୍ରାହୀ ଦାବି ଉଠାଇଛନ୍ତି l