Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଏନ ଅଚଳ ନୁହେଁ,ବ୍ୟାଙ୍କ ନେବାକୁ ମନା କରି ପାରିବ ନାହିଁ-ଆରବିଆଇ

ଭୁବନେଶ୍ୱର: ବଜାରରେ ସବୁ କଏନ ଚଳୁଛି । କୌଣସି କଏନ ଅଚଳ ନୁହେଁ। ଏଣୁ କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ। ଯଦି କୌଣସି ବ୍ୟାଙ୍କ ମନା କରେ ତେବେ ଲୋକେ ଆରବିଆଇ ବ୍ୟାଙ୍କିଙ୍ଗ ଲୋକପାଳରେ ଜଣାଇବାକୁ ଶ୍ରୀ ମହାନ୍ତି ସଚେତନ କରାଇଛନ୍ତି।ଏବେ ବଜାରରେ ୫୦ ପଇସାରୁ ୨୦ ଟଙ୍କା କଏନ, ସବୁ ଚଳୁଛି ଓ ଏହା ରଖିବାକୁ କେହି ମନା କରିପାରିବେନି ବୋଲି ସ୍ୱଷ୍ଟ ଭାବେ ଜଣାଇଛନ୍ତି।