Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶସ୍ୟ ଅମଳ ପୂର୍ବରୁ ଗୋମାତା ଙ୍କ ଉଦେଶ୍ୟ ରେ ସେମିଲିଡ଼ଙ୍ଗ ପୂଜା…ଜୀବିତ ରହିଛି ଆଦିବାସୀ ଙ୍କ ପରମ୍ପରା..

ଲକ୍ଷ୍ମୀପୁର ୨୯/୧୧ କୋରାପୁଟ ଜିଲ୍ଲାରେ ବାସ ବସ କରୁଥିବା ଆଦିବାସୀ ଲୋକେ ପରମ୍ପରାକୁ କେବେ ଭୂଳନ୍ତି ନାହିଁ,ପୂର୍ବରୁ ଚାଲି ଆସୁଥିବା ପରମ୍ପରା ଆଜି ଏଇ ଆଦିବାସୀଙ୍କ ପାଇଁ ଜୀବିତ ରହିଛି।କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ବୁର୍ଜା ପଞ୍ଚାୟତର ମାଥାଲଆମ୍ବ ଗାଁ ର କିଛି ଆଦିବାସୀ ବୃଦ୍ଧା ମାନଙ୍କୁ ଆଜି ରାସ୍ତାକଡ଼ରେ ବିଭିନ୍ନ ପ୍ରକାର ସୁସ୍ୱାଦ୍ୟ ରନ୍ଧା ଖାଦ୍ୟ ନେଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଏଇଟା କି ପୂଜା ବୋଲି ପଚାରିବାରୁ ଶସ୍ୟ ଅମଳ ପୂର୍ବରୁ ଗୋମାତା ଅନେକ କଷ୍ଟ କରିଥାନ୍ତି, ଏପରିକି ଧାନ ଅମଳ ରେ ମଧ୍ୟ ଗୋମାତା ଙ୍କ ଅବଦାନ ଅନେକ ଥାଏ , ଶସ୍ୟ ଅମଳ ପୂର୍ବରୁ ଗୋମାତା ଙ୍କୁ ରୋଷଇ କରି ଖାଇବାକୁ ଦେବା ସେମାନ ଙ୍କ କର୍ତଵ୍ୟ, ତେଣୁ “ସେମଳୀ ଡଙ୍ଗ” ନାମ ରେ ଥିବା ଦେବତା ଙ୍କୁ ରାସ୍ତା କଡରେ ଆସି ପୂଜା କରିବା ପରେ ଗାଁ ରେ ପହଞ୍ଚି ଗୋମାତା ଙ୍କୁ ସେବା କରନ୍ତି ।ସେଠାରେ ଧୂପ ଦୀପ ଦେଇ ନଡ଼ିଆ ବାଡେଇ ପୂଜା କରି ସାରିବା ପରେ କୁକୁଡ଼ା ବଳି ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା ।ଆଗକୁ ଚାଷୀ ମାନେ ହଳ କରିବେ।ଏହି ପୂଜା କରିବା ଦ୍ୱାରା ଗାଈ ଗୋରୁଙ୍କୁ ବଳ ମିଳେ କୌଣସି ରୋଗ ହୁଏ ନାହିଁ ବୋଲି କହିଥିଲେ।ପୂର୍ବରୁ ଚଳି ଆସୁଥିବା ଏହି ପରମ୍ପରା ମୁତାବକ ପୂଜାରେ ବ୍ୟବହୃତ ଖାଦ୍ୟ ପଦାର୍ଥ ଗୁଡ଼ିକୁ ସେମିତି ପୂଜା ସ୍ଥାନରେ ଛାଡିକି ଗଲେ ଗାଁରେ ମୃତ୍ୟୁ ବରଣ କରିଥିବା ଅନେକ ଲୋକ କୁଆଡେ  ପଶୁ ପକ୍ଷୀଙ୍କ ରୂପରେ  ଆସି ଖାଇଲେ ଗ୍ରାମକୁ ବିପଦ ଆସେ ନାହିଁ ବୋଲି ବିଶ୍ବାସ ରହିଥିବା  ମାଥାଲ ଆମ୍ବା ଗାଁ ର ବେଜୁଣୀ ସୁରଞ୍ଜି ମାଣ୍ଡିଙ୍ଗା,ଶୁଣୁ ଦେଇ ମାଣ୍ଡିଙ୍ଗା  କହିଥିଲେ।ଆଜି କାଲିର ବୈଜ୍ଞାନିକ ଯୁଗରେ ଏପରି ପୂଜା ପାଠ କୁ କିଛି ସହରାଞ୍ଚଳ ର ଲୋକେ ଭୁଲି ଯାଇଥିବା ବେଳେ   ଦୁର୍ଗମ ଅଞ୍ଚଳରେ ଆଦିବାସୀ ମାନେ କିନ୍ତୁ ନିଜ ପରମ୍ପରା  କୁ ବିଶ୍ୱାସ ର ସହ ବଜାୟ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ