Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନାରେ ବିଶ୍ଵନାଥପୁର ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

କଳାହାଣ୍ଡି, ୨୯/୧୧ (ଜଗନ୍ନାଥ ନାଏଜ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ରେ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ପୂବର୍ତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ମାଁ ହିରାନୀଳା ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଙ୍କନ କୁମାର ଯୋଗଦେଇଥିଲେ। ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ
ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ନୋଡାଲ ଅଫିସର ଅରୁଣ କୁମାର ଚନ୍ଦନ, କ୍ରୀଡା ନୋଡାଲ ଅଫିସର୍ ଅଧ୍ୟାପିକା କନକଲତା ବେହେରା, ସାମାଜିକ କାର୍ଯ୍ୟକ୍ରମ ନୋଡାଲ ଅଫିସର୍ ଅଧ୍ୟାପିକା ପୁଷ୍ପାଞ୍ଜଳି ନାୟକ କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରା ଯାଇଥିଲା। ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତାରେ, ମଡେଲିଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଜି ୨୯ ଠାରୁ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ବାଣିକ୍ୟ ଅଧ୍ୟାପକ ସୁବାଷ ହିଆଲ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମରେ ଲାଇବ୍ରିଆନ୍ ଧବଳେଶ୍ଵର ଠେଲା, କ୍ରୀଡା ଶିକ୍ଷକ ଶ୍ରୀନିବାସ ଦାସ, ଅଧ୍ୟାପକ ବିଜୟ କୁମାର, ତାପସ କୁମାର ନାୟକ, ଶୁଭମ୍ ପାଢ଼ୀ, ଅଧ୍ୟାପିକା ଚିନ୍ମୟୀ ସାହୁ,ନିଲେଦ୍ରି ସତପଥି, ଅତିଥି ଅଧ୍ୟାପକ ତାପସ ରଞ୍ଜନ ଦଳେଇଙ୍କ ସମେତ ବିକ୍ରମ ଆଦିତ୍ୟ ବାରିକ୍, କୁଳମଣି ବାଣୁଆ, ଘନଶ୍ୟାମ ସୁନା, ଜୟମନି ବେହେରା,ରତ୍ନୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ
ପରିଚାଳନାରେ ସହଯୋଗ କରିଥିଲେ।