Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମାଞ୍ଚଳ ପ୍ରତିଭା:ବସନ୍ତପୁରର ପ୍ରକାଶ ଭୁଏ ଡକ୍ଟରେଟ (ପିଏଚଡି) ରେ ସଫଳତା,ଛୁଟୁଛି ଶୁଭେଚ୍ଛାର ସୁଅ

ଚିପିଲିମା,ଧନକଉଡ଼ା ବ୍ଲକ୍ ବସନ୍ତପୁର ଗ୍ରାମ ର ରମେଶ ଭୁଏ ଓ ତପସ୍ଵିନୀ ଭୁଏ ଙ୍କ ବଡ଼ ପୁଅ ପ୍ରକାଶ ଭୁଏ ସମ୍ବଲପୁର ବିଶ୍ୱିଦ୍ୟାଳୟରୁ ସମାଜ ବିଜ୍ଞାନରେ ସମ୍ମାନ ଜନକ ଡକ୍ଟରେଟ (ପି ଏଚ୍ ଡି) ଲାଭ କରିଛନ୍ତି! ସେ ଡିସେଣ୍ଟ୍ରାଲାଇଯେସନ ଅଫ ଏଲିମେଣ୍ଟରି ଏଜୁକେସନ ଥ୍ରୁ କମ୍ୟୁନିଟି ପାର୍ଟିସିପେସନ୍ ଅଣ୍ଡର ରାଇଟ୍ ଟୁ ଏଜୁକେସନ୍ ଆକ୍ଟ୍ : ଏ ସୋସିଓଲୋଜିକଲ ଷ୍ଟଡି ଇନ ୱେଷ୍ଟର୍ଣ ଓଡିଶା ସନ୍ଦର୍ଭ ଉପରେ ପ୍ରଫେସର ତତ୍ତ୍ୱମସି ପାଲଟା ସିଂ ଙ୍କ ତତ୍ତଵାବଧାନରେ ଗବେଷଣା କରୁଥିଲେ l ଉକ୍ତ ସନ୍ଦର୍ଭ ଟି ପଣ୍ଡିଚେରୀ କେନ୍ଦ୍ରୀୟ ବିଶଵବିଦ୍ୟାଳୟର ପ୍ରଫେସର୍ ବିଭୁତି ଭୂଷଣ ମହାନ୍ତି ଓ ଇନ୍ଦିରା ଗାନ୍ଧୀ ଟ୍ରାଇବାଲ ନେସନାଲ ୟନଭରସିଟିର ପ୍ରଫେସର୍ ସୌଭାଗ୍ୟ ରଞ୍ଜନ ପାଢ଼ୀ ଙ୍କ ଦ୍ଵାରା ପରୀକ୍ଷିତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛି l ଏହି ସଫଳତା ପାଇଁ ପ୍ରକାଶ ଡଭଲା, ବିନିକା ସ୍ଥିତ ସମସ୍ତ ମାମୁଁ ତଥା ବନ୍ଧୁ, ବାନ୍ଧବୀ, ଶିକ୍ଷକ ଓ ଶିକଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ଜନେଇଛନ୍ତି l ବସନ୍ତପୁର ଗ୍ରାମର ସମସ୍ତ ଗ୍ରାମବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି!

More Stories