Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ସାଂସଦଙ୍କ ମହାନଗର ନିଗମ ପ୍ରତିନିଧି ମୋହନ ଦାଶ ଙ୍କ ପିତୃ ବିୟୋଗ

ସମ୍ବଲପୁର:ସମ୍ବଲପୁର ସାଂସଦ ଙ୍କ ର ସମ୍ବଲପୁର ମହାନଗର ନିଗମ ପ୍ରତିନିଧି ମୋହନ ଦାଶ ଙ୍କ ପିତା ହୃଦାନନ୍ଦ ଦାଶ ଙ୍କ ଆଜି ଭୋର୍ ରେ ସ୍ଵର୍ଗବାସ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବୟସ ହୋଇଥିଲା । ସମ୍ବଲପୁର ବୁଢ଼ାରଜା ଦେହେରୀପାଲି ସ୍ଥିତ ବାସଭବନ ରେ ହୃତ୍’ଘାତ୍ ଜନିତ କାରଣ ରୁ ତାଙ୍କର ସ୍ଵର୍ଗବାସ ହୋଇଛି ।
ତାଙ୍କର ପୈତୃକ ଗ୍ରାମ ଅତାବିରା ବ୍ଲକ୍ ଅଧିନସ୍ଥ ହୁର୍ଷିପାଲି ଠାରେ ଆଜି ଅପରାହ୍ନ ୩ ଟା ସମୟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ମୋହନ ଦାଶ ମୁଖଗ୍ନି ଦେଇଥିଲା । ଶେଷକୃତ୍ୟ ସମୟ ରେ କନିଷ୍ଠ ପୁତ୍ର ମନୋହର ଦାଶ ସମେତ ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ସମ୍ପର୍କୀୟ ଓ ବିଜେପି କର୍ମୀ ପଦାଧିକାରୀ ଉପସ୍ଥିତ ଥିଲେ ।