Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ଶାହାରୁଖ୍‌ଙ୍କ ପ୍ରିୟ ଅଭିନେତ୍ରୀ? ପିଲାଦିନରୁ ଏହି ଅଭିନେତ୍ରୀଙ୍କ ପାଇଁ ଥିଲେ ପାଗଳ

ମୁମ୍ବାଇ: ଆପଣ ଜାଣନ୍ତି କି ବଲିଲଡ୍‌ର ବାଦ୍‌ଶାହା ତଥା କିଙ୍ଗ୍‌ ଖାନ ଶାହାରୁଖ୍‌ଙ୍କର ପ୍ରିୟ ଅଭିନେତ୍ରୀ କିଏ? ଅଲ୍‌ ରାଉଣ୍ଡର ଶାହରୁଖଙ୍କର ତ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ହେଲେ ଆପଣ ଜାଣନ୍ତି କି ସେ କାହାର ପ୍ରଶଂସକ? ଏହାର ଖୁଲାସା କରିଛନ୍ତି ଶାହାରୁଖ୍‌। ସେ ତାଙ୍କ ପିଲାଦିନର କ୍ରସ ବିଷୟରେ କହିଛନ୍ତି। ସେ ବଲିଉଡ୍‌ ଅଭିନେତ୍ରୀ ମୁମ୍‌ତାଜଙ୍କୁ ବହୁତ ପସନ୍ଦ କରନ୍ତି। ସେ ‘ ଦ ଅନୁପମ ଖେର’ ଶୋରେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମୁମ୍‌ତାଜ ତାଙ୍କୁ ବହୁତ ସୁନ୍ଦର ଲାଗନ୍ତି।

ଆକ୍ଟର ଭାବରେ ସେ ବଲରାଜ ସାହାନୀଙ୍କୁ ବେଶ୍‌ ପସନ୍ଦ କରୁଥିଲେ ବୋଲି କହିଛନ୍ତି। ଏହାସହିତ ଶାହାରୁଖ୍‌ଙ୍କ ପିତାମାତାଙ୍କ ପ୍ରିୟ କଳାକାର ଥିଲେ ଦିଲୀପ କୁମାର। ସେଥିପାଇଁ ତାଙ୍କୁ ଦିଲୀପ କୁମାର ବହୁତ ପସନ୍ଦ ଥିଲେ। ସେ ତାଙ୍କର ଅନେକ ଚଳଚ୍ଚିତ୍ର ଦେଖିଛନ୍ତି। ଏହା ବ୍ୟତୀତ ଅମିତାଭ ବଚ୍ଚନ ଏବଂ ଶଶି କପୁର ମଧ୍ୟ କିଙ୍ଗ ଖାନଙ୍କୁ ବହୁତ ଭଲ ଲାଗନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ