Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପ-ନିର୍ବାଚନ; ୩ ବରିଷ୍ଠ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଲା ବିଜେଡି

ଭୁବନେଶ୍ୱର: ମେ ୧୦ରେ ଝାରସୁଗୁଡା ଉପ ନିର୍ବାଚନ। ନିର୍ବାଚନ ପାଇଁ ଜୋରଦାର ଆରମ୍ଭ ହୋଇଛି ପ୍ରସ୍ତୁତି। ନିର୍ବାଚନ ଲାଗି ୩ ପ୍ରମୁଖ ଦଳ ତତ୍ପରତା ଦେଖାଇଛନ୍ତି। ତେବେ ସବୁଠୁ ଆଗରେ ରହିଛି ଶାସକ ଦଳ ବିଜେଡି। ବିଜେଡି ପ୍ରଥମ ଦଳ ଭାବେ ତାର ପ୍ରାର୍ଥୀ ଘୋଷଣା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଚୟନ କରିଛି। ସୂଚନା ଅନୁଯାୟୀ କଂଗ୍ରେସ ମଧ୍ୟ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ସବୁଥିରେ ଆଗୁଆ ରହୁଥିବା ବିଜେଡି ଉପନିର୍ବାଚନ ପରିଚାଳନା ପାଇଁ ତିନି ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି।ଏହି ତିନି ପର୍ଯ୍ୟବେକ୍ଷକ ହେଲେ  ପ୍ରସନ୍ନ ଆଚାର୍ଯ୍ୟ, ସାରଦା ନାୟକ ଓ ଦେବୀ ମିଶ୍ର । ଏ ନେଇ ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ଦଳର ସଭାପତିଙ୍କ ଅର୍ଥାତ୍‌ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ତିନି ବାରିଷ୍ଠ ନେତାଙ୍କୁ ନିଯୁକ୍ତି କରାଯାଇଛି । ମେ’ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ପନିର୍ବାଚନ ପାଇଁ ବିଜେଡି ତାର ପ୍ରସ୍ତୁତି ଜୋରଦାର କରିଥିବାବେଳେ ଏ ଯାଏ କଂଗ୍ରେସ ବା ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।