Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଆସି ଫସିଲେ ଅଞ୍ଜୁ ! ୫ ମାସର ପୁରୁଣା ଫାଇଲ୍ ଖୋଲିବାକୁ ଯାଉଛି ପୋଲିସ; ହେବ ଆକ୍ସନ

ଅଲଓ୍ଵର: ପାକିସ୍ତାନରୁ ୫ ମାସ ପରେ ଭାରତ ଫେରିଥିବା ଅଞ୍ଜୁ କଣ ନିଜ ପିଲାଙ୍କ ସହ ପୁନର୍ବାର ପାକିସ୍ତାନ ଫେରି ପାରିବେ ନା ଆଇନ ଜାଲରେ ଫସିବେ ? ଏହା ଏକ ବଡ଼ ପ୍ରଶ୍ନ। ଅଞ୍ଜୁ ଓ୍ଵାଘା ବର୍ଡର ଦେଇ ଭାରତ ସୀମାରେ ପଶିବା ପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି। ନିଜ ସ୍ଵାମୀଙ୍କୁ ଛାଡ଼ପତ୍ର ନ ଦେଇ ପାକିସ୍ତାନ ପଳାୟନ କରି ନିଜ ପ୍ରେମିକା ନସରୁଲ୍ଲାଙ୍କ ସହ ନିକା କରିଥିବା ଅଞ୍ଜୁ ଓରଫ ଫାତିମାଙ୍କ ବିରୋଧରେ ଭିଓ୍ଵାଡ଼ି ଥାନାରେ ଅନେକ ଗୁରୁତର ମାମଲା ରୁଜୁ ହୋଇଛି। ଏମିତିରେ ଯଦି ଅଞ୍ଜୁ ଭିଓ୍ଵାଡ଼ି ଆସନ୍ତି ତେବେ ତାଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ।

ଭିଓ୍ଵାଡ଼ିର ଫୁଲବାଗ ଥାନା ଅଧିକାରୀ ବୀରେନ୍ଦ୍ର ପାଲ୍ ବିଷ୍ଣୋଇ କହିଛନ୍ତି, ଏହି ମାମଲାରେ ଅଞ୍ଜୁଙ୍କ ସ୍ଵାମୀ ଅରବିନ୍ଦ ଏତଲା ଦେଇ ସାରିଛନ୍ତି। ଯଦି ଅଞ୍ଜୁ ତାଙ୍କ ପାଖକୁ ଆସନ୍ତି ତେବେ ଅରବିନ୍ଦଙ୍କୁ ସର୍ବ ପ୍ରଥମେ ପୋଲିସକୁ ଖବର ଦେବାକୁ ପଡ଼ିବ, ଯଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ଅଞ୍ଜୁଙ୍କୁ ଗିରଫ କରାଯିବ କି ନାହିଁ ତାହା ଜଣା ପଡ଼ିବ। କିନ୍ତୁ ପୋଲିସ ସ୍ପଷ୍ଟ କରିଛି ଯେ, ଅଞ୍ଜୁଙ୍କ ବିରୋଧରେ ରୁଜୁ ଏତଲା ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ଅଞ୍ଜୁ ନିଜ ପରିବାରଙ୍କୁ ନ ଜଣାଇ ପାକିସ୍ତାନ ଚାଲି ଯାଇଥିଲେ। ପାକିସ୍ତାନ ଯିବାର ଖବର ସାମ୍ନାକୁ ଆସିବା ପରେ ଅଞ୍ଜୁ ପ୍ରଥମେ କହିଥିଲେ ଯେ, ସେ ବୁଲିବାକୁ ଆସିଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସେ ନସରୁଲ୍ଲା ନାମକ ଯୁବକ ସହ ନିକା କରିଥିଲେ। ଫେସବୁକ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ତେବେ ଅଞ୍ଜୁ ଗତକାଲି ଅର୍ଥାତ ନଭେମ୍ବର ୨୯ରେ ଅଟାରୀ-ଓ୍ଵାଘା ବର୍ଡର ଦେଇ ଭାରତରେ ପ୍ରବେଶ କରିଛନ୍ତି। ଏହା ପରେ ବିଏସଏଫ ବ୍ୟତୀତ ଆଇବି ଅଧିକାରୀ ମଧ୍ୟ ଅଞ୍ଜୁଙ୍କୁ ପଚରାଉଚୁରା କରିଛନ୍ତି।

More Stories