Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା କୃଷି ଓ ଉଦ୍ୟାନ ମହାବିଦ୍ୟାଳୟରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ଆକସ୍ମିକ ମୃତ୍ୟୁ

ଚିପିଲିମା,ସମ୍ବଲପୁର ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ରେ ଠିକାଦାର ଅଧୀନରେ  କାର୍ଯ୍ୟରତ ଅଶ୍ଵିନୀ ଭୋଇ (୩୫) ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ।ହେଲେ ବିଡମ୍ବନା କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଆଜି ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି।। ଏପରି ଏକ ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପ୍ରାପ୍ତ ସୂଚନା ଅନୁସାରେ ସେ ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଫାଷ୍ଟ ସିଫ୍ଟ ରେ ଡିଉଟି ଥିଲା। ହେଲେ ତାର ଦେହ ଭଲ ନ ଥିବା କହି ସମଲେଶ୍ୱରୀ ହଷ୍ଟେଲ ସମ୍ବୁଖ ରେ ଥିବା ବେଞ୍ଚ ରେ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଡିୟୁଟି ରେ ଯୋଗଦାନ କରିବା ପାଇଁ ବାଥ ରୁମ କୁ ଫ୍ରେସ ହେବା ପାଇଁ ଯାଇଥିଲେ।ହେଲେ ସେଠାରେ ହଠାତ ପଡିଯାଇ ଚେତା ଶୂନ୍ୟ ହୋଇପଡ଼ି ଯାଇଥିଲେ।ଅନ୍ୟ ସାଥି ମାନେ ଦେଖି ତୁରନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର କୈଳାଶ ଚନ୍ଦ୍ର ସାମଲ ଙ୍କୁ ଖବର ଦେଇଥିଲେ। ତୁରନ୍ତ  କଲେଜ ର ଏକ ଗାଡ଼ିରେ ତୁରନ୍ତ ବୁର୍ଲା ମେଡିକାଲ ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ମୃତ ଅଶ୍ୱନୀ ର ନିଜର ଘର କୁଦ ଗୁଣ୍ଡେରପୁର ପଞ୍ଚାୟତ ମହଦା ଗ୍ରାମ ସ୍ଥିତ ଶ୍ୱାଶାନ ଘାଟରେ ଅନ୍ତିମ ଶବ ସତ୍କାର କରାଯାଇଥିବା ବେଳେ ତାର ପୁତୁରା ଦୀପକ ଭୋଇ ମୁଖାଗ୍ନି ଦେଇଥିଲେ। ପୂର୍ବରୁ ତାର ବାପା, ମା,  ଙ୍କ ଦେହାନ୍ତ ହୋଇସାରିଥିବା ବେଳେ ବଡ ଭାଇ , ଭାଉଜ, ପୁତୁରା ଅଛନ୍ତି।ଏପରି ଏକ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ