Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରପାଠୀଙ୍କ ତତ୍ବବଧନରେ ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଠାରେ ବିଶ୍ଵ ଏଡ୍ସ ଦିବସ ପାଳିତ

କଳାହାଣ୍ଡି, ୦୧/୧୨ (ଜଗନ୍ନାଥ ନାଏକ) : ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରପାଠୀ ଙ୍କ ତତ୍ବବଧନରେ ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଠାରେ ବିଶ୍ଵ ଏଡ୍ସ ଦିବସ ପାଳନ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଧଅଁରାମାଲ ଗାଁ ଠାରେ ଏକ ରାଲି ଆୟୋଜନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବରେ ଶ୍ରୀ ଡିଲେଶ୍ୱର ରଣା ଉପସ୍ଥିତ ଥିଲେ ଶ୍ରୀ ରଣା ନିଜ ଅଞ୍ଚବାସୀଙ୍କ ପାଇଁ ବିଶ୍ଵ ଏଡ୍ସ ଦିବସ ପାଳନ ସମ୍ବନ୍ଧେ ଯୁବ ପୀଢ଼ି ମାନଙ୍କୁ ବାର୍ତ୍ତା ଦେଇ ଥିଲେ ଏବଂ ଜନ ଶିକ୍ଷଣ ସଂସ୍ଥାନର ଚାଲି ଥିବା ବିଭିନ୍ନ କୌଶଳ ପ୍ରଶିକ୍ଷଣ ନେଲେ କି ଭଳି ଭାବରେ ନିଜେ ରୋଜଗାରକ୍ଷମ ହୋଇପାରିବେ ତା ବତାଇ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ କୁସୁମ ମଞ୍ଜୁରି ବହିଦାର ଓ ଶ୍ରୀ ଦୁଲୁ ଭୋଇ ଯୋଗଦେଇଥିଲେ । ଏଡ୍ସ ଦିବସ ସକାଶେ ପ୍ଲମ୍ୱର୍ ଓ ଇଲେ୍କଟ୍ରିକାଲ କୋର୍ସ୍ କରି ସାରିଥିବା ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ଫିଲ୍ଡ ଆସିଷ୍ଟାଣ୍ଟ କ୍ଷୀରମଣୀ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥଲେ ବିଷ୍ଣୁ ନାଏକ ଓ ଜିତେନ୍ଦ୍ର ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମର ଶେଷରେ ଶମ୍ଭୁ ବିଶି ଧନ୍ୟବାଦ ଦେଇଥିଲେ ।