ଖଡ଼ିଆଳ : ନୂଆପଡା ଜିଲା ଖଡ଼ିଆଳ ସହର ଠାରେ ସାଇ ସଂସ୍ଥା ଏବଂ ଖଡ଼ିଆଳର ସରକାରୀ ଓ ବେସରକାରୀ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଖଡ଼ିଆଳ ସହରରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସବୁଜ ପତାକା ଦେଖାଇ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରୁ ବାହାରି ଏଚଆଭି ସମ୍ବନ୍ଧୀୟ ସଚେତନତା ମୂଳକ ସ୍ଲୋଗାନ ଜରିଆରେ ସହର ସାରା ପରିକ୍ରମା କରି ଶେଷରେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତିତ୍ବ କରିଥିବା ବେଳେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଖଡ଼ିଆଳ ଏସଡିଏଚର କର୍ମକର୍ତ୍ତା, ଏନଏସି ଖଡ଼ିଆଳର କର୍ମକର୍ତ୍ତା, ଖଡ଼ିଆଳ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟତ୍ରୀ, ଖଡ଼ିଆଳ ପବ୍ଲିକ ସ୍କୁଲ, ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଏଭାନଜିକଲ୍ ହସ୍ପିଟାଲ ଖଡ଼ିଆଳର କର୍ମକର୍ତ୍ତା, ୟାର୍ ସଂସ୍ଥାର କର୍ମକର୍ତ୍ତା,ସାଇ ସଂସ୍ଥା ର କର୍ମକର୍ତ୍ତା, ସ୍କାଉଟର ଛାତ୍ରଛାତ୍ରୀ, ପୋଲିସ କର୍ମଚାରୀ, ସାମ୍ବାଦିକ ଅଜିତ କୁମାର ପଣ୍ଡା, ଅନ୍ୟାନ୍ୟ ସାମ୍ବାଦିକ ପ୍ରମୁଖ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ କୁମାର ସାହୁ ସ୍ବାଗତ ସମ୍ଭାଷଣ ଦେଇଥିଲେ, ଜିତେନ୍ଦ୍ର ନାଥ ପଟ୍ଟନାୟକ ଏଡସ ଦିବସର ଲକ୍ଷ୍ୟ ଉପରେ ଆଲୋଚନା କରି ସଚେତନତା ଏବଂ ସଂଯମତା ରକ୍ଷା କଲେ ହିଁ ଏଚଆଭି ସଂକ୍ରମଣ ଠାରୁ ରକ୍ଷା ପାଇ ପାରିବା। ମାରାତ୍ମକ ରୋଗ ସମ୍ପର୍କ ରେ ଲୋକଙ୍କୁ ସଚେତନତା କରାଯାଇ ସଂକ୍ରମିତ ଲୋକଙ୍କୁ ଭେଦଭାବ ଘୃଣା ପରିତ୍ୟାଗ କରି ସାଧାରଣ ମଣିଷ ପରି ଜୀବନ ଧାରଣ ପାଇଁ ସହଯୋଗ କରିବା ସମସ୍ତଙ୍କୁ କୁହାଯାଇଥିଲା l କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁଆଁର ସାହୁ, ଶିକ୍ଷକ ଅଶୋକ କୁମାର ବେହେରା, ମିଶନର କ୍ରୀତଦାସ ସେନାପତି ପ୍ରମୁଖ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ଆଲୋଚନା ପରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇ ସଠିକ୍ ଉତ୍ତର ଦେଇଥିବାର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ଶେଷ ରେ ଜିଲା ଆଇସିଟିସି ସୁପର୍ଭାଇଜର ବରୁଣ ବାଘାର ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାଇ ସଂସ୍ଥାର ହରେକୃଷ୍ଣ ପାଣିଗ୍ରାହୀ, ଦେଜାଲିନ ବେହେରା, ଭେରିରାଜ୍ ବକ୍ସି ତଥା ସମସ୍ତ ଲିଙ୍କ ୱର୍କର ଓ କର୍ମୀ ଆୟୋଜନରେ ସାହାଯ୍ୟ କରିଥିଲେ। ସେହିପରି ଦିନ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୋହେଲପଡ଼ା ଠାରେ ବିଶ୍ଵ ଏଡସ ଦିଵସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ରୁଦ୍ରମାଧବ ବାରିକ ସଭାପତିତ୍ବ କରିଥିଲେ ଏବଂ ଅମୂଲ୍ୟ କୁମାର ପାଲ, ଅର୍ଥନୀତି ଅଧ୍ୟାପକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏଡସ ରୋଗର କାରଣ, ଲକ୍ଷଣ, ପ୍ରତିକାର ଆଦି ବିଷୟରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମକୁ ଘାନସୁନ୍ଦର ପୁଞ୍ଜି , ବିରଞ୍ଚିନାରାୟଣ ବେହେରା ଉପସ୍ଥିତ ଥିଲେ l ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ, ଭାଷଣ, ଡ୍ରଇଂ, ପ୍ରବନ୍ଧ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।