Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ମହାନଗର ନିଗମ ଶାସନ ବ୍ୟବସ୍ଥା ବିରୋଧରେ ବିଜେପିର ଦାବିପତ୍ର

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଘୋଷଣା କୁ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ବାଚନ ହେଉ ନାହିଁ । ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ଓ ନିୟନ୍ତ୍ରିତ ସମ୍ବଲପୁର ମହାନଗର ନିଗମ ପାଲଟିଛି ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରିୟାପ୍ରୀତି ତୋଷଣ ର ଗନ୍ତାଘର । ମହାନଗର ନିଗମ ଅଞ୍ଚଳବାସୀ ସର୍ବନିମ୍ନ ପୌର ସୁବିଧା ରୁ ବଞ୍ଚିତ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅଫିସର ମାନଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଲାଭ ପାଇବା ପାଇଁ ଲୋକମାନଙ୍କ ପାଖରେ ଖଣ୍ଡେ ସ୍ଥାୟୀ ଜମି ପଟ୍ଟା ନାହିଁ । କିନ୍ତୁ, ଜଗା ମିଶନ ନାଁ ରେ ବିଜ୍ଞାପନ ଦେଇ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଲୋକଙ୍କୁ ଭୁଆଁ ବୁଲଉଛନ୍ତି । ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ଟିଏ ପାଇବା ପାଇଁ ଅସହାୟ ଲୋକ ଙ୍କୁ ହଜାରେ ଟଙ୍କା ଲାଞ୍ଚ ମଗାଯାଉଛି ।
ସହରରେ ହୋଡ଼ିଂ ହେଉ କି ସଫେଇ କାମ କୌଣସି କାମ ସଠିକ୍ ଢଙ୍ଗରେ ଟେଣ୍ଡର ମାଧ୍ୟମ ରେ ହେଉ ନାହିଁ । ମହାନଗର ନିଗମ ଅଞ୍ଚଳ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା “ଅମୃତ୍ ଧାରା” ଯୋଜନା ମାଧ୍ୟମ ରେ ପାଇଁ କେନ୍ଦ୍ର ସରକାର ଦେଇଥିବା ଶହ ଶହ କୋଟି ଟଙ୍କା ରେ ହୋଇଛି ବ୍ୟାପକ ଅନିୟମିତତା ଓ ଦୁର୍ନୀତି । ସଫେଇ ନାଁ ରେ ପ୍ରତି ମାସ କୋଟି କୋଟି ଟଙ୍କା ବିଲ ପୈଠ ହେଉଛି କିନ୍ତୁ, ସହର ରେ ଯେଉଁଠି ଦେଖିଲେ ଅଳିଆ ଆବର୍ଜ୍ଜନା ର ପାହାଡ ମାନ ରହିଛି । ନାଳ ରୁ ନିୟମିତ ନାର୍ଦମା ସଫେଇ ନ ହେଉଥିବା କାରଣ ରୁ ସାମାନ୍ୟ ବର୍ଷା ରେ ସହର ରେ କୁତ୍ରୀମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।
ମହାନଗର ନିଗମ ଅଞ୍ଚଳରେ ହଠାତ୍ ବ୍ୟବସାୟୀ ମାନଙ୍କ ପାଇଁ ଟ୍ରେଡ ଲାଇସେନ୍ସ ଫିସ୍ କୁ ଚାରି ଗୁଣ ରୁ ଅଧିକ ବଢେଇ ଦିଆ ଯାଇଛି । ହୋଲଡ଼ିଙ୍ଗ ଟ୍ୟାକ୍ସ, ଜଳ କର, ତ୍ରେଡ ଲାଇସେନ୍ସ ଫିସ୍ ଭଳି ଅନେକ ଗୁଡ଼ିଏ ଉପାୟରେ ଲୋକଙ୍କ ଠୁଁ ନିୟମ ବେନିୟମ ଟିକସ ଆଦାୟ କରା ଯାଉଛି । ସହର ମଧ୍ୟରେ ରହିଥିବା ସର୍ବପୁରାତନ ମତୃମଙ୍ଗଳ କେନ୍ଦ୍ର ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡ଼ିରହିଛି ।
ଏଭଳି ଅନେଗୁଡ଼ିଏ ଗୁଡ଼ିଏ ଅଭିଯୋଗ କରି ଆଜି ସମ୍ବଲପୁର ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ଦାବୀ ଗୁଡ଼ିକ ହେଲା ସମ୍ବଲପୁର ମହାନଗର ନିଗମରେ ହେଉଥିବା ବ୍ୟାପକ ଦୁର୍ନୀତି ଭ୍ରଷ୍ଟାଚାର ଓ ପ୍ରିୟାପ୍ରିତୀ ତୋଷଣକୁ ବନ୍ଦ କରାଯାଉ, ମହାନଗର ଅଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ, ପ୍ରକୃତ ହିତାଧୀକାରୀ ଙ୍କୁ ଚିହ୍ନଟ କରି ଯଥା ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ, ହିତାଧୀକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ, ସମସ୍ତ ରାସ୍ତା ଓ ନାଲିକୁ ମରାମତି କରାଯାଉ, ସମସ୍ତ କୋଣ ଅନୁକୋଣ ରେ ସ୍ତ୍ରିଟ ଲାଇଟ୍ ର ବ୍ୟବସ୍ଥା କରାଯାଉ, ଜନଗହଲି ପୂର୍ଣ୍ଣ ସ୍ଥାନରେ ଶୌଚାଳୟର ବ୍ୟବସ୍ଥା କରାଯାଉ, ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉ, ବ୍ୟବସାୟୀ ଙ୍କ ଉପାରେ ଲଦା ଯାଇଥିବା ଟ୍ରେଡ୍ ଲାଇସେନ୍ସ ଫିସ ର ଅହେତୁକ ବୃଦ୍ଧି କୁ ରୋକା ଯାଉ, ସମ୍ବଲପୁର ସହର ମଧ୍ୟରେ ରହିଥିବା ସର୍ବପୁରାତନ ମାତ୍ରୁମଙ୍ଗକ କେନ୍ଦ୍ର ଡ ଜନାର୍ଦ୍ଦନ ପୁଜାରୀ ମେତର୍ଣିଟି ହସ୍ପିଟାଲ କୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ।
ସହର ର ବାଲିବନ୍ଧା ଓ ଲକ୍ଷ୍ମୀ ଟକିଜ୍ ଛକ ରୁ ଦୁଇଟି ପୃଥକ ପୃଥକ ଶୋଭାଯାତ୍ରାରେ ରେ ବିଜେପି ନେତା କର୍ମୀ ଙ୍କ ସମେତ ହାଜର ହାଜର ସାଧାରଣ ଜନତା ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ରେ ବିଜେପି ପଦାଧିକାରୀ ମାନେ ମହାନଗର ନିଗମ ରେ ଚାଲୁଥିବା ଦୁର୍ନିତି, ଭ୍ରଷ୍ଟାଚାର, ପ୍ରୀୟାପ୍ରିତି ତୋଷଣ, ଅଗଣତାନ୍ତ୍ରିକ ଜନବିରୋଧୀ ପ୍ରସଙ୍ଗ ଉତ୍ଥାପନ କରିଥିଲେ ।
ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭା ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ ଖଟେଇ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ମଣ୍ଡଳ ସଭାପତି ସରୋଜ କୁମାର ଘଡେ଼ଇ, ଜୟନ୍ତ ଦାସ, ନୀଳାମ୍ବର ସିକନ୍ଦର ପ୍ରମୁଖ ଉଦବୋଧନ ଦେଇ ସରକାର ଙ୍କ ବିରୁଦ୍ଧ ରେ ଗର୍ଜିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସବିତା ନନ୍ଦ, ଦାମୋଦର କର, ଆଶିଷ ହୋତା, ମାନସ ରଞ୍ଜନ ବକ୍ସି, ନରେନ୍ଦ୍ର ମିଶ୍ର, ଅରୁଣ କୁମାର ଦାସ, ପ୍ରଦିପ କୁମାର ବେହେରା, ରମେଶ ପ୍ରଧାନ, ମଣ୍ଟ ଅଗ୍ରୱାଲ, ଟୁକୁ ମହାନ୍ତି, ପ୍ରଭୁଦତ୍ତ ପଣ୍ଡା ପ୍ରଭାସିନୀ ଦାସ, ପୁଷ୍ପାଞ୍ଜଳି ଜେନା, ସରୋଜିନୀ ବଞ୍ଛୋର୍, ରୁନୁ ପ୍ରଧାନ, ରିଙ୍କି ସାହୁ, ମୁନମୁନ ସୌଦାଗର, ଅରୁନ୍ଧତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories