Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସନ୍ତପୁର ସାହାଜବାହାଲ କଲୋନୀ ପଡାକୁ ସ୍ଥାୟୀ ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବସନ୍ତପୁର ପଞ୍ଚାୟତ ସାହାଜବାହାଲ କଲୋନୀପଡା ଆଜିପର୍ଯ୍ୟନ୍ତ ରାସ୍ତା ନଥିବାବେଳେ,ଉକ୍ତ ପଡାକୁ ରାସ୍ତା ହୋଇପାରିନାହିଁ।ଏନେଇ ଉକ୍ତ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ଜିଲ୍ଲାପରିଷଦ ସୁଦର୍ଶନ ହରିପାଲ।ଦାବିପତ୍ର ଅନୁଯାୟୀ ଉକ୍ତପଡାକୁ ୧୯୮୮ ମସିହାରୁବସନ୍ତପୁର ମୌଜା ସରକାରୀ ଖାତା ନମ୍ବର ୬୬ ରୁ ପ୍ଳଟ ନମ୍ବର ୩୩୧ ରେ ଏ.୨.୦୪ ଡି.ସରକାରୀ ସ୍ତରରେ ଉଲ୍ଲେଖ ରହିଛି।ଏହି ଜାଗାକୁ ବସନ୍ତପୁର ଗ୍ରାମ ପଞ୍ଚାୟତ ର ୨୦୦ ରୁ ଉର୍ଧ୍ବ ପରିବାରକୁ ସରକାରୀ ସ୍ତରରେଘର କରିବା ପାଇଁ ସରକାରୀ ପଟ୍ଟା ଦିଆଯାଇଛି।ଯେଉଁ ସ୍ଥାନରେ କି ବର୍ତ୍ତମାନ ୨୫ ରୁ ୩୦ ପରିବାର ଘରକରି ରହୁଛନ୍ତି।ସେଠାରେ ରହୁଥିବା ପରିବାର ସବୁ ଆବାସ ଯୋଜନାରେ ତାଲିକାଭୁକ୍ତ ଅଛନ୍ତି।ହେଲେ ରାସ୍ତା ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ମଧ୍ୟରେ ଗତି କରୁଛନ୍ତି।ମୁଖ୍ୟତଃ ବର୍ଷା ଦିନରେ ପାଦଚଲା ପଥଟି ଜଳପୂର୍ଣ ହୋଇଯାଏ।ବର୍ତ୍ତମାନ ଉକ୍ତ ଚଲା ପଥକୁ ପାଚେରୀ କରିଦିଆଯାଇଛି।ଫଳରେ ପଡ଼ାବାସୀ ଚାଷଜମିରେ ଯିବାଆସିବା କରୁଛନ୍ତି।ଉକ୍ତ ସମସ୍ୟାର ସର୍ଜମିନ ତଦନ୍ତ କରି ସ୍ଥାୟୀ ରାସ୍ତାଟିଏ ପାଇଁ ପଡ଼ାବାସୀ ଦାବି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ