Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରେଷ୍ଠ ଲନ୍‌ ବଲସ୍‌ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ରୀତା ସାହୁ

ବରପାଲି: କଟକରେ ଆୟୋଜିତ ପ୍ରଥମ ଲନ୍‌ ବଲସ୍‌ ଆନ୍ତଃ ଜିଲ୍ଳା ପ୍ରତିଯୋଗିତା ରେ ଶ୍ରେଷ୍ଠ ଦଳ ଭାବରେ ବରଗଡ ଜିଲ୍ଳା ବିବେଚିତ ହୋଇ ଜିଲ୍ଳା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଅବସରରେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଖେଳାଳୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହା କ୍ରୀଡାବିତ୍‌ ତଥା କ୍ରୀଡାପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସହ ନୁତନ ଦିଗନ୍ତ ସାଜିପାରିବ ବୋଲି କହିଥିଲେ।

୨୫ବର୍ଷରୁ କମ ଦଳରେ ସାମିଲ ଖେଳାଳୀମାନଙ୍କ ମଧ୍ୟରେ ବରପାଲି ଭଟିଗାଁର ଆରତୀ ଭୋଇ,ରୋଜି ନାଏକ, ସୂର୍ଯ୍ୟା ଭୋଇ ସହ ଗଡଗଡଦଲା ଗାଁର ଭାବନା ନାଗ ରହିଛନ୍ତି। ସେହିପରି ପୁରୁଷ ଦଳରେ ପ୍ରତ୍ୟୁଷ କୁମାର ପଣ୍ତା,ଦେବାର୍ଚ୍ଚନ ଭୁଏ ଭଟିଗାଁର ରହିଥିବା ବେଳେ ରେଟାମୁଣ୍ତାର କିଷାନ ଶିକ୍କା ଓ ପ୍ରଭାକର ଶିକ୍କା ରହିଥିଲେ। ପ୍ରତିଯୋଗିତାର ଟ୍ରିପୁଲ ଅନ୍ତିମ ଖେଳରେ ବରଗଡ ଦଳ ଭଦ୍ରକ ଦଳକୁ ୧୨ ପଏଣ୍ଟରେ ପରାସ୍ତ କରି ଶ୍ରେଷ୍ଠ ଦଳର ମାନ୍ୟତା ହାସଲ କରିବା ସହ ସ୍ବର୍ଣ୍ଣପଦକର ଅଧିକାରୀ ହୋଇ ପାରିଥିଲେ। ଅପରପକ୍ଷେ ମହିଳା ଖେଳାଳି ଲନ୍‌ ବଲସ୍‌ର ଅନ୍ତିମ ଖେଳରେ ଦ୍ବିତୀୟ ଦଳ ଭାବରେ ଘୋଷିତ ହୋଇ ରୌପ୍ୟ ପଦକ ପ୍ରାପ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ