Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ପଛରେ ପକାଇଲା ବାଂଲାଦେଶ, ଶୀର୍ଷରେ ପାକିସ୍ତାନ

ନୂଆଦିଲ୍ଲୀ: ବାଂଲାଦେଶ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତି ବଡ଼ ଓଲଟପାଲଟ କରିଛି। ଏହି ବିଜୟର ପ୍ରଭାବ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି। ବାଂଲାଦେଶ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ଦ୍ଵିତୀୟ ସ୍ଥାନକୁ ଉଠିଛି। ପାକିସ୍ତାନ ଶୀର୍ଷରେ ରହିଛି। ବାଂଲାଦେଶ ଓ ପାକିସ୍ତାନର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଅନ୍ୟପଟେ ପରାଜୟ ସହ ଡବ୍ଲ୍ୟୁଟିସିର ତୃତୀୟ ସଂସ୍କରଣ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ତୃତୀୟ ସଂସ୍କରଣରେ ଦକ୍ଷିଣ ଆଫ୍ରିକାକୁ ବାଦ୍ ଦେଲେ ବାକି ଟିମ୍ ନିଜର ଅଭିଯାନ ଆରମ୍ଭ କରି ସାରିଛନ୍ତି। ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷ ଏକ ମାତ୍ର ଟେଷ୍ଟ ସିରିଜକୁ ୨-୦ରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ବାଂଲାଦେଶ ନ୍ୟୁଜିଲାଣ୍ଡକୁ ହରାଇ ଦ୍ଵିତୀୟ ସ୍ଥାନକୁ ଉଠିଛି।
ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଡବ୍ଲ୍ୟୁଟିସି ୨୦୨୩-୨୫ରେ ଏକ ମାତ୍ର ସିରିଜ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲା। ସିରିଜର ପ୍ରଥମ ମ୍ୟାଚକୁ ଭାରତ ୧୪୧ ରନରେ ଜିତିଥିଲା। ମାତ୍ର ଦ୍ଵିତୀୟ ଟେଷ୍ଟ ଡ୍ର ରହିବା କାରଣରୁ ଭାରତ ୬୬.୬୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ପରେ ଡବ୍ଲ୍ୟୁଟିସି ପଏଣ୍ଟରେ ଅଷ୍ଟ୍ରେଲିଆ ଚତୁର୍ଥ, ଓ୍ଵେଷ୍ଟଇଣ୍ଡିଜ ପଞ୍ଚମ ଓ ଇଂଲଣ୍ଡ ଷଷ୍ଠ ସ୍ଥାନରେ ରହିଛି।

କେମିତି ଥିଲା ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍
ସିଲହଟ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ ୩୧୦ ରନ କରିଥିଲା। ଜବାବରେ କିଓ୍ଵି ଦଳ ୩୧୭ ରନ କରି ୭ ରନରେ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ବାଂଲାଦେଶ ୩୩୮ ରନ କରିବାକୁ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୩୨ ରନର ବିଜୟ ଲକ୍ଷ୍ୟ ଥିଲା। ଏହାର ପିଛା କରି ନ୍ୟୁଜିଲାଣ୍ଡ ୧୮୧ ରନରେ ଅଲଆଉଟ୍ ହୋଇଛି। ବାଂଲାଦେଶ ବିଜୟରେ ହିରୋ ସାଜିଛନ୍ତି ତୈଜୁଲ ଇସଲାମ। ସେ ଉଭୟ ଇନିଂସରେ ମିଶାଇ ୧୦ ଓ୍ଵିକେଟ୍ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ୪ ଓ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ