Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଭୁଦୟାଲ ରୁରାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ:ସୁସ୍ଥ୍ୟ ସ୍ୱାସ୍ଥ୍ୟ ପ୍ରଗତିର ରଥ

ସମ୍ବଲପୁର (କେଶେଇବାହାଲ): ଯୁବ ଶକ୍ତିହିଁ ଦେଶ ପ୍ରଗତିର ସାରଥି ଓ ସେମାନଙ୍କ ସୁସ୍ଥ୍ୟ ସ୍ୱାସ୍ଥ୍ୟହିଁ ଏହି ପ୍ରଗତିର ରଥକୁ ଆଗେଇ ନେଇ ପାରିବ।ଏପରିକି ଛାତ୍ର ସମାଜର ବହୁମୁଖୀ ପ୍ରତିଭାକୁ ଅନ୍ୱେଷଣ କରି ସେମାନଙ୍କୁ ଉପଯୁକ୍ତ ସ୍ଥାନ ଦେଇ ଏକ ବ୍ୟକ୍ତିତ୍ୱର ପରିଚୟ ଦେବାକୁ ସରକାରଙ୍କ ନୂଆଁ ଓଡିଶା ଗଠନର ଅଭିନବ ପଦକ୍ଷେପକୁ ଛାତ୍ର ସମାଜ ଉପଲବ୍ଧି କରିପାରିଲେ ସାରା ଭାରତରେ ଓଡିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିବା ବୋଲି ଆଜି ବକ୍ତା ମାନେ କହିଥିଲେ।ଯୁବ ସମାଜ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଇ ସମନ୍ୱିତ ଯୁବ ଶକ୍ତିକୁ ମଜଭୁତ କରିବାକୁ ଅଭିନବ ପଦକ୍ଷେପ ସ୍ୱରୂପ ଛାତ୍ରାବସ୍ଥାରୁ ଯେଉଁ ସଚେତନ କରୁଛନ୍ତି,ତାହା ପ୍ରତିଟି ପ୍ରାଣ ପାଇଁ ଜୀବନ ଦର୍ଶନ ଗୁରୁତ୍ୱ ଥିବା ବକ୍ତା ମାନେ କହିଛନ୍ତି।କୁଚିଣ୍ଡା ସ୍ଥିତ କେଶେଇବାହାଲ ପ୍ରଭୁଦୟାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ବିଧାୟକ
କିଶୋର ଚନ୍ଦ୍ର ନାଏକ,ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ରଜନୀ କାନ୍ତ ପଟେଲ ମୁଖ୍ୟବକ୍ତା, ଓ ସମ୍ମାନୀତ ଅତିଥି ଭାବେ ପୁର୍ବତନ ଅଧ୍ୟକ୍ଷ ଜୟପ୍ରକାଶ ପଟେଲ,ଘାସିରାମ ସାହୁଙ୍କ ସହିତ ବାମରା ପଞ୍ଚାୟତ ସମିତିର ଅଧ୍ୟକ୍ଷା ପିଙ୍କି ଧରୁଆ ଯୋଗ ଦେଇଥିଲେ ।ସାମାଜିକ କର୍ମୀ ତଥା ରେଡକ୍ରସର ଆଜୀବନ ସଦସ୍ୟ ଡା.ରାଜାରାମ ଷଡଙ୍ଗୀ ବିଶେଷ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନ ଶୈଳୀ ଉପରେ ବୁଝାଇ ଫାଷ୍ଟ-ଏଡ (ପ୍ରାଥମିକ ଚିକିତ୍ସା) ଓ ସୁରକ୍ଷିତ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପେୟ,ଦିନ ଓ ରାତ୍ର ଚର୍ଚ୍ଚା,ଆଚାର ବ୍ୟବହାର,ପରିବେଶ, ପରିଚ୍ଛନତା ପ୍ରଭୃତି ବିଷୟରେ ଆଲୋଚନା କରି ଏହାର ପ୍ରଦର୍ଶନ ଦେଖାଇଥିଲେ। ମହାବିଦ୍ୟାଳୟ ଅଧ୍ଯକ୍ଷ ସରୋଜ କୁମାର ଦାଶ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରାଜେଶ କୁମାର ପଣ୍ଡା ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ଲକ୍ଷ ନେଇ ଝୋଟି,ବକୃତା,ସଂଗୀତ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପ୍ରାରମ୍ଭରେ ଅତିଥି ମାନଙ୍କୁ ଆତିଥ୍ୟ ସଂସ୍କାର ସହିତ ପାଛୋଟି ଅଣାଯାଇ ଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଶେଷରେ ଅଧ୍ୟକ୍ଷ ଶ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ