Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚନ୍ଦ୍ରପୁର ବ୍ଲକରେ ଶତାଧିକ କଂଗ୍ରେସ କର୍ମୀ ବିଜେଡିର ସାମିଲ।

ଚନ୍ଦ୍ରପୁର ବ୍ଲକରେ ବିଜେଡିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଆଜି ବିଜେଡି ର ବିଭିନ୍ନ ଗ୍ରାମରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ମୁଳକ କାର୍ଯ୍ୟ କୁ ଦେଖି ବିଜେଡିରେ ମିଶୁ ଥିବା କହିଛନ୍ତି। ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସଙ୍କ ଆୟୋଜିତ ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ।ଚନ୍ଦ୍ରପୁର ବ୍ଲକର ବିଜାପୁର ପଂଚାୟତର ୩ ଟି ଗ୍ରାମର ଦୁସାପଙ୍ଗା , ଗଣ୍ଡାଗୁଡ଼ି, ଶିରିପୁରୁ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବହୁ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚଦ୍ରପୁର ବ୍ଲକ ଅଧ୍ୟକ୍ଷ କୟନ କିମ୍ବାକା, ଜିଲ୍ଲା ପରିଷଦ ସୁଜିତ୍ ବେଦ୍ରକା, ପ୍ରମୋଦ ସାହୁକାର, ଗଗନ ଆଚାର୍ଯ୍ୟ ,ପିଙ୍କୁ ପଣ୍ଡା ଗୁଡ଼ାରୀ ର ଟୁନା ଗୌଡ଼, କେଦାର ସାହୁ ଏମ୍,ପ୍ରସାଦ ସୋନ୍ତୋଷ ମହାନ୍ତି ଏବଂ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।ପରେ ବିଧାୟକ ଗୁଡ଼ାରୀ ବ୍ଲକ ଗ୍ରସ୍ତ କରି ବଂଶ ଧାରା ନଦୀକୂଳରେ ଚାଲିଥିବା ନିର୍ମାଣାଧିନ ପଥର ବନ୍ଧ ବୁଲି ଦେଖିବା ସହ ବିଭିନ୍ନ ସ୍ଥାନରେ ଦଳୀୟକର୍ମ୍ମୀ ମାନଙ୍କୁ ମିଶିଥିଲେ।