ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେପଦର ସ୍ଥିତ ବୀରମହାରାଜପୁର ନିୟନ୍ତ୍ରଣ ବଜାର କମିଟି କାର୍ଯ୍ଯାଳୟ ଠାରେ ଆଜି କ୍ବାଲିଟି ଏନାଲିସିସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆରଏମସି ସମ୍ପାଦକ ମନୋଜ କୁମାର ଜେନାଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ଏଡିସିନାଲ ସିଏସଓ ଯୋଗେଶ୍ୱର ସା , ଏ ସି.ଏସ.ଓ ଲଲିତ ମୋହନ ପଟ୍ଟନାୟକ , ହେଡକ୍ବାଟର ଏ ସି.ଏସ.ଓ ପ୍ରଭାତ କୁମାର ଦାସ , ଉଲୁଣ୍ଡା ସପ୍ଲାଏ ଇନ୍ସପେକ୍ଟର ରାଜକିଶୋର ନାୟକ , ମିଶନ ଶକ୍ତି ଡିପିସି ବିଶ୍ବଜିତ ପରିଡ଼ା , ଫାର୍ମର ରିପ୍ରେଜେଣ୍ଟିଭ୍ ସାଜନ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିବା ବେଳେ ସୁବ୍ରତ କୁମାର ପାଣୀ ମାଷ୍ଟର ଟ୍ରେନର ଭାବରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ବିଷେଶ କରି ଚଳିତ ଖରିଫ ଋତୁରେ ଉତ୍ପାଦିତ ଧନ ସଂଗ୍ରହ ପ୍ରକ୍ରିୟା ପାଇଁ ଏହି କ୍ବାଲିଟି ଏନାଲିସିସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଥିଲା । ଏଥିରେ ଉଲୁଣ୍ଡା ବ୍ଲକ ଏବଂ ବୀରମହାରାଜପୁର ବ୍ଲକ ର ୧୮ ଗୋଟି ମହିଳା ଏସଏଚଜି ର ସମସ୍ତ ସଭାପତି ଏବଂ ସମ୍ପାଦକ ଓ ପେକ୍ସ ସମ୍ପାଦକ ପ୍ରମୁଖ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।
ବୀରମହାରାଜପୁର ଆର ଏମ୍ ସି ରେ କ୍ୱାଲିଟି ଏନାଲିସିସ ପ୍ରଶିକ୍ଷଣ ଶିବିର
