Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେମତା ମାଁ ମଙ୍ଗଳା ତ୍ରିଶଲା ଦେବୀଙ୍କ ଯୁଗାରଯାତ୍ରା ଅନୁଷ୍ଠିତ

ବରପାଲି :ବରପାଲି ବ୍ଲକ ରେମତା ଗ୍ରାମରେ ମାଁ ମଙ୍ଗଳା ତ୍ରିଶଲା ଦେବୀଙ୍କ ଯୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପୁର୍ବତନ ଶ୍ରମ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହଙ୍କ ସମେତ ବରିଷ୍ଠ ବିଜେଡି ନେତା ଲାଲ ବିକ୍ରମ ସିଂହଦେଓ, ଯୁବ ବିଜେଡି ବରଗଡ ଜିଲ୍ଳା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ସରପଞ୍ଚ ବିନୟ ଗଡତିଆ, ସମିତି ସଭ୍ୟା ବିଜୟ ଲକ୍ଷ୍ମୀ ବେହେରା, ତରଣି ଦେବତା,ସାନନ୍ଦ ପାଣ୍ଡେ, ଶଙ୍କର ସା,ବିଶି କେଶନ ପଟେଲ, ଦିବ୍ୟ କିଶୋର ବେହେରା, ଅକ୍ଷୟ ଗଡତିଆ, ଅଧିକାରୀ ଗଡତିଆ ପ୍ରମୁଖ ଯୋଗ ଦେଇ ମାଁଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତିନିଧି ଓ ଲୋକଙ୍କ ହାଲଚାଲ ପଚାରି ବୁଝିଥିଲେ। ଏହି ଅବସରରେ ଅନ୍ୟ ପଞ୍ଚାୟତ ଲୋକ ପ୍ରତିନିଧି ଓ ବିଜେଡି ନେତୃବୃନ୍ଦ ମାଁ ମଙ୍ଗଳା ଙ୍କ ଦର୍ଶନ କରିବା ସହ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତବୃନ୍ଦ ଉପସ୍ଥିତ ରହି ନିଜ ମନସ୍କାମନା ପୂରଣ ପାଇଁ ମାଁଙ୍କୁ ପୁଜିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ