Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚଂଳ ପାଇଁ ଗୌରବ ସାଜିଲେ ଦିବ୍ୟାଙ୍ଗ କ୍ରୀଡାବିତ୍ ସଚିନ

ବରପାଲି: ବରପାଲି ସରସ୍ବତୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ କାର୍ଯ୍ୟରତ ଦିବ୍ୟାଙ୍ଗ ବାଳକ ସଚିନ ବାରିକ ତାଙ୍କ ଫୁଟବଲ ଖେଳରେ ପାରଦର୍ଶିତା ଯୋଗୁ ଅନ୍ୟ ମାନଙ୍କ ନିକଟରେ ଉଦାହରଣ ପାଲଟିଛି। ଅଶୋକ ବାରିକ ଓ ମାତା ରୀତା ବାରିକଙ୍କ ପୁଅ ସଚିନ। ସେ କୁସନପୁରୀ ଗାଁରେ ରହୁଛନ୍ତି। ଦୃଢ ଇଚ୍ଛାଶକ୍ତି ଓ କଠିନ ସାଧନା ବଳରେ ଜଣେ ଉଚ୍ଚକୋଟିର କ୍ରୀଡାବିତ୍‌ ଭାବେ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ସେ ନିଜ ଜନ୍ମମାଟି ସହ ଜିଲ୍ଳା ତଥା ଅଚଂଳ ପାଇଁ ଗୌରବ ଆଣିଥିବା ବେଳେ ସମୟ ମିଳିଲେ ନିଜ ପିତାଙ୍କ ସେଲୁନ୍ କାମରେ ସହାୟତା ମଧ୍ୟ କରିଥାନ୍ତି ।

ନିଜ ଅଧ୍ୟବସାୟ ଇଚ୍ଛାଶକ୍ତି ଯୋଗୁଁ ଗତ ୨୦୧୬ ମସିହାରୁ ସ୍ଵତନ୍ତ୍ର ଅଲମ୍ପିକ୍ ଭାରତ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ,ରାଜ୍ୟ ତଥା ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ମାନଙ୍କରେ ସ୍ଵର୍ଣ୍ଣପଦକ,ବ୍ରୋଞ୍ଚ ପଦକ ଜିତି ଅଚଂଳର ମାନକୁ ଦ୍ବିଗୁଣିତ କରିପାରିଛନ୍ତି। ୨୦୨୨ ମସିହାରେ ସ୍ବତନ୍ତ୍ର ଅଲମ୍ପିକ୍ ଭାରତ ଦ୍ଵାରା ଆୟୋଜିତ ଜାତୀୟ ପ୍ରଶିକ୍ଷଣ ଓ ଚୟନ ଶିବିରରେ ଓଡ଼ିଶା ତରଫରୁ ପ୍ରତିନିଧ୍ଵତ୍ଵ କରି ଆଗାମୀ ୨୦୨୩ ବିଶ୍ଵ ସ୍ଵତନ୍ତ୍ର ଅଲମ୍ପିକ କ୍ରୀଡାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି। ୨୦୧୬ପୁର୍ବରୁ ବିଶିଷ୍ଠ ଫୁଟବଲ ଖେଳାଲି ପ୍ରଶାନ୍ତ ବେହେରା ଏବଂ ସିବୁ ଅଗ୍ରୱାଲଙ୍କ ଉଦ୍ୟମ ଓ ପ୍ରଶିକ୍ଷଣ ଯୋଗୁ ସଚିନଙ୍କ କ୍ରୀଡାଧାରାକୁ ନୁତନ ରୂପ ଦେବା ସହ ମୋଡ ବଦଳାଇବାରେ ବେଶ ସହାୟକ ହୋଇଥିଲେ। ଆଗାମୀ ଜୁନ ୨୩ତାରିଖରେ ଜର୍ମାନୀ ବର୍ନିଲରେ ଆୟୋଜିତ ବିଶ୍ବସ୍ତରୀୟ ଅଲମ୍ପିକରେ ଭାଗ ନେବା ପାଇଁ ତାଙ୍କ ପ୍ରସ୍ତୁତି ଜାରି ରଖିଛନ୍ତି।