Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ଡିରେ ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ମିଲର୍ସଙ୍କ ଦାଦାଗିରି: ବିଜେପିର ଭିକ୍ଷୋଭ ଓ ଦାବୀ ପତ୍ର

ସମ୍ବଲପୁର(ଟାମ୍ପରକେଲା):ବର୍ତ୍ତମାନ୍ ରାଜ୍ୟରେ ଧାନ ଅମଳ ପରେ ମଣ୍ଡି ମାନଙ୍କରେ ଅବ୍ୟବସ୍ଥା, ଟୋକନ୍ ରେ ଅବ୍ୟବସ୍ଥା, ଧାନ ରେ କଟନି ଛଟନି, ମିଲର୍ସ ଙ୍କ ଦାଦାଗିରୀ ଓ ଅଭାବୀ ବିକ୍ରିକୁ ନେଇ ରାଜ୍ୟ ବ୍ୟାପୀ ଚାଷୀମାନେ ଅଭିଯୋଗ କରୁଛନ୍ତି । ଏଭଳି ଅନେକଗୁଡ଼ିଏ ସମସ୍ୟାର ର ଶିଘ୍ର ଓ ସ୍ଥାୟୀ ସମାଧାନ ପାଇଁ ବିଜେପି ପକ୍ଷରୁ ରାଜ୍ୟ ବିଭିନ୍ନ ସ୍ଥାନ ରେ ଭିନ୍ନ ଭିନ୍ନ ଧରଣ ର ଆନ୍ଦୋଳନ ହେଉଛି ।
ଏହି ମର୍ମ ରେ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲି ବ୍ଲକ୍ ଅଧିନସ୍ଥ ଟାମ୍ପରକେଲା ସେବା ସମବାୟ ସମିତି କାର୍ଯ୍ୟଳୟ ରେ ବିଜେପି ପକ୍ଷରୁ ଭିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି ।
ବିଜେପି ଜିଲ୍ଲା ଉପସଭାପତି ବେଣୁଧର ପ୍ରଧାନ ଙ୍କ ସଭାପତିତ୍ବ ରେ ହୋଇଥିବା ଆଜିର ଏହି ଭିକ୍ଷୋଭ୍ କାର୍ଯ୍ୟକ୍ରମ ରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ରହି ସରକର ଙ୍କ ର ଧାନ କିଣା କୁନୀତି ଓ ଅବ୍ୟବସ୍ଥା ବିଷୟରେ ଗର୍ଜିଥିଲେ ।
ସବୁ ବର୍ଷ ସେଇ ସମାନ ସମସ୍ୟା ହେଇଛି, ଚାଷୀ ହଇରାଣ ଓ କ୍ଷତିଗ୍ରସ୍ତ ହେଉଛନ୍ତି କିନ୍ତୁ ସରକାର ଙ୍କ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ସରକାରୀ ଅଧିକାରୀ, ବିଜେଡ଼ି ନେତା ମନ୍ତ୍ରୀ ଓ ମିଲର୍ସ ଙ୍କ ଅସାଧୁ ମେଣ୍ଟ ଓ ମଧୁଚନ୍ଦ୍ରିକା ପାଇଁ ଚାଷୀ ଦୁଃଖ ଭୋଗୁଛନ୍ତି ବୋଲି ନେତୃବୃନ୍ଦ ଅଭିଯୋଗ କରିଥିଲା । ଯଦି ସମସ୍ୟା ଗୁଡ଼ିକ ର ଶୀଘ୍ର ସମାଧାନ ନହୁଏ ଆଗମୀ ଦିନରେ ବିଜେପି ଚାଷୀ ଙ୍କ ସ୍ଵାର୍ଥ ରକ୍ଷା ପାଇଁ ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ ।
ଭିକ୍ଷୋଭ ସ୍ଥାନ କୁ ଜିଲ୍ଲା ସେବା ସମବାୟ ସମିତି ବିଭାଗ ର ଏ.ଆର୍.ସି.ଏସ୍ ଅଜିତ୍ ବଗର୍ତ୍ତି ଓ ଏସ.ଏ.ଆର୍.ସି.ଏସ୍ ସୁଶିଲ ମିଶ୍ର ପହଞ୍ଚି ବିଜେପି ନେତୃବୃନ୍ଦ ଓ ଆନ୍ଦୋଳନରତ ଚାଷୀ ଙ୍କ ସହିତ ଆଲୋଚନ କରିଥିଲେ । ସମସ୍ତ ବିଷୟ ରେ ଅବଗତ ହେଲା ପରେ ଉପରୋକ୍ତ ଅଧିକାରୀ ଙ୍କୁ ଏହି ସବୁ ପ୍ରସଙ୍ଗ ରେ ଅବଗତ କରାଇ ସମସ୍ୟା ଗୁଡ଼ିକର ଶୀଘ୍ର ଓ ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ।
ସେବା ସମବାୟ ସମିତି ର ନିର୍ବାହୀ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ଦିଆ ଯାଇଥିବା ଆଜିର ଦାବୀ ପତ୍ର ରେ ଯେଉଁ ଚାଷୀ ମାନଙ୍କର ଧାନ ଅମଳ ହୋଇ ସାରିଲାଣି ତାଙ୍କୁ ଟୋକନ୍ ପ୍ରଦାନ୍ କରାଯାଉ, କଟନି ଛଟନି କୁ ବନ୍ଦ କରାଯାଉ, ମଣ୍ଡି ମାନଙ୍କୁ ସୁବ୍ୟବସ୍ଥିତ କରାଯାଉ ଭଳି ଅନେକ ଦାବୀ ର ଶିଘ୍ର ଓ ସ୍ଥାୟି ସମାଧାନ ପାଇଁ ଦାବୀ ପତ୍ର ରେ ଉଲ୍ଲେଖ ରହିଛି ।
ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ବକ୍ସି, ନରେନ୍ଦ୍ର ମିଶ୍ର, ସୁରେନ୍ଦ୍ର ପ୍ରଧାନ, ତୋଫାନ ବଢେଇ, ମୀଲୁ ସ୍ୱାଇଁ, ବୀରେନ୍ଦ୍ର ବାରିକ୍, କୈଳାଶ ମାଝୀ, କୃଷ୍ଣ ଚନ୍ଦ୍ର ବାରିକ୍, ଦୟାସାଗର ଧର, ବିଶ୍ଵନାଥ ରୋହିଦାସ, ରମଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।