Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ସମନ୍ୱିତ କାର୍ଯ୍ୟକ୍ରମ

ସମ୍ବଲପୁର(ଧମା):ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ଆଜି ସ୍ଥାନୀୟ ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ,ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ମାନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ରୁକ୍ମଣୀ ମହାନନ୍ଦ ଯୋଗଦେଇ କହିଥିଲେ ଯେ, ବିଦ୍ୟାର୍ଥୀମାନଙ୍କ ପ୍ରତିଭାର ବିକାଶ ଦ୍ୱାରା ଆମର ଏକ ସମୃଦ୍ଧ ରାଷ୍ଟ୍ର ଗଢିବାର ସ୍ୱପ୍ନ ସାକାର ହୋଇପାରିବ। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ କିଛି ଅନ୍ତର୍ନିହିତ ପ୍ରତିଭା ରହିଛି, କେବଳ ପାଠପଢାରେ ଶିକ୍ଷାଳୟର କାର୍ଯ୍ୟ ସିମୀତ ନରହୁ ବରଂ ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶରେ ଭଲମଣିଷ ଗଢିବାର କାର୍ଯ୍ଯ ଶିକ୍ଷାଳୟ କରୁ ବୋଲି ସେ ମତ ଦେଇଥିଲେ। ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଜୋନ-୨ର ସମିତି ସଭ୍ୟା ଗୀତାଞ୍ଜଳି ପାଣ୍ଡେ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରତିଭାର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ କରାଯାଉଥିବା ଏତାଦୃଶ କାର୍ଯ୍ୟକ୍ରମର ସୁଯୋଗ ହାସଲ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ,ସମ୍ମାନିତ ଅତିଥି ଧମା ଗ୍ରାମ ପଞ୍ଚାୟତ ସରପଞ୍ଚ ଲଳିତା ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଛାତ୍ରଛାତ୍ରୀମାନଙ୍କ ବିକାଶରେ ହିଁ ରାଷ୍ଟ୍ରର ବିକାଶ ସମ୍ଭବ ତେଣୁ ଶିକ୍ଷାର୍ଥୀମାନଙ୍କ ପ୍ରତିଭା ବିକାଶ ସକାଶେ ସରକାରଙ୍କ ଏଭଳି ପ୍ରୟାସ ସ୍ୱାଗତ ଯୋଗ୍ୟ। ବିଦ୍ୟାଳୟର ପୂର୍ବତନ ପରିଚାଳନା ପରିଷଦର ସଭାପତି ଦିଲୀପ କୁମାର ମହାପାତ୍ର ଏବଂ ମା ଝାଡେଶ୍ବରୀ ଡିଗ୍ରୀ ମହାବିଦ୍ୟାଲୟର ଅଧ୍ଯକ୍ଷ ଅନିଲ ପ୍ରଧାନ ମଧ୍ଯ ସମ୍ମାନିତ ଅତିଥି ଭାବରେ ମଞ୍ଚରେ ଉପସ୍ଥିତ ଥିଲେ।ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ।ସଭା ପରେ ଦଳଗତ ନୃତ୍ଯ,ଏକକ ନୃତ୍ଯ,ଫେସନ ସୋ ଆଦି ପ୍ରତିଯୋଗିତା ହୋଇଥିଲା।ବିଦ୍ୟାଳୟର ପୂର୍ବତନ ପରିଚାଳନା ପରିଷଦର ଉପସଭାପତି ପରମାନନ୍ଦ ସିଟ,ସମ୍ପାଦକ ରବିନ୍ଦ୍ର ପୃଷ୍ଟିଙ୍କ ସମେତ ସଦସ୍ୟ ଦୂର୍ଯ୍ୟୋଧନ ସେଠ,ଧମା ଥାନା ଏସ୍‌ଆଇ ପ୍ରମୋଦ କୁମାର ପରିଡା,ଏସ୍‌ଆଇ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ମିନତି ଦାଶ,ଦିପ୍ତୀରେଖା ପଣ୍ଡା,ଆନନ୍ଦିନୀ ପଣ୍ଡା,ମୌସୁମୀ ଷଢଙ୍ଗୀ,ପ୍ରିୟଙ୍କା ନାଥ,ସତ୍ୟନାରାୟଣ ଦାଶ,ବନୋଜ କୁମାର ସାହୁ,ସ୍ମାରକୀ ମାହାର,ସ୍ୱାତୀ ପତି,ସଂଗ୍ରାମ କେଶରୀ ମିଶ୍ର,ନିର୍ମଳ ତ୍ରିପାଠୀ,ଶୁଶୃତ ଷଡଙ୍ଗୀ,ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।ପ୍ରକାଶ ଥାଉକି ଗତ ମାସ କୋଡିଏ ତାରିଖରୁ ଓଡିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଅନୁଯାଇ ଅନୁଷ୍ଠାନ ରେ ଓଡିଆ ଇଂରାଜୀ ରଚନା,ବକ୍ତୃତା,ହସ୍ତାକ୍ଷର,ସର୍ଜନାତ୍ମକ ଲିଖନ,ରଙ୍ଗୋଲି,ଚିତ୍ରାଙ୍କନ,ଗଳ୍ପ କଥନ,କବିତା ଆବୃତି,ଶ୍ଲୋକ ଆବୃତି,ଗୀତଗାନ,ହାସ୍ୟରସ ପ୍ରଦର୍ଶନ ଆଦି ପ୍ରତିଯୋଗିତା ସମେତ ଚେସ, କେରମ ଆଦି ପ୍ରତିଯୋଗିତା ତଥା ରକ୍ତଦାନ ଶିବିର ଆୟୋଜିତ ହୋଇସାରିଲାଣି ଆସନ୍ତା ଦିନ ଗୁଡିକରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା, ପୋଷ୍ୟ ଗ୍ରାମ ପାଟପାଲି ଓ ବାଲପୁରଠାରେ ନାରୀ ଜାଗରଣ ଓ ଚକ୍ଷୁଦାନ ଓ ପରୀକ୍ଷା ଶିବିର ଆଦି ଅନେକ କାର୍ଯକ୍ରମମାନ ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି ବୋଲି ଅଧ୍ଯକ୍ଷ ଶ୍ରୀ ପୁରୋହିତ ଓ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଶ୍ରୀ ଠାକୁର ପ୍ରକାଶ କରିଛନ୍ତି।