ଲକ୍ଷ୍ମୀପୂର ୦୩/୧୨ ..ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ୨୫ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଗ୍ରାମଦେବୀ ମା ମୂତ୍ୟାଲୁମାଙ୍କ ମନ୍ଦିରରୁ ମଶାଲ ଆଣିବା ପରେ ଉଦଘାଟନ ମନ୍ତ୍ର, ଶପଥ ପାଠ ଓ ଅତିଥି ଦ୍ଵାରା ଘୋଷଣା ପରେ କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା।ଲକ୍ଷ୍ମୀପୁର ଥାନାର ସବ ଇନିସପେକଟର ମାନସ ରଞ୍ଜନ ପ୍ରଧାନ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ। ଏଥିରେ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ସମାରୋପ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ମୂଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ସଭାପତି ଭି ନାଗାରାଜୁ, ସମ୍ପାଦକ ଏକଲବ୍ୟ ଚୌଧୁରୀ, କୋଷାଧ୍ୟକ୍ଷ ଧନେଶ୍ଵର ରାଉତ ଓ ସଦସ୍ୟ ସନ୍ତୋଷ କୁମାର ମହାପାତ୍ର ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ ଗୋପୀନାଥ ମହାପାତ୍ର ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରମା ଓ ଅଭିଭାବକ ସହଯୋଗ କରିଥିଲେ। ପ୍ରାଥମିକ ବର୍ଗ, ଶିଶୁ ବର୍ଗ ଓ ବାଲ୍ ବର୍ଗରେ ମୋଟ ୨୦୫ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ। ଶିଶୁ ମାନଙ୍କର ୫୦ମିଟର, ୧୦୦ମିଟର, ୨୦୦ମିଟର, ୪୦୦ମିଟର, ୬୦୦ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ,ଲୌହ ଗୋଳ ଫିଙ୍ଗା, ଥାଳିଆ ଫିଙ୍ଗା, କାଚ ଗୋଲି ଚାମଚ , ସଙ୍ଗୀତ ଚୌକି ଓ ବାଲ୍ଟିରେ ବଲ ଫିଙ୍ଗା ଖେଳ ବ୍ଲକ ପଡ଼ିଆ ଓ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଅଭିଭାବକ ଓ ଅଭିଭାବିକାଙ୍କର ଲୌହ ଗୋଳା ଫିଙ୍ଗା, ଗୁରୁଜୀ ମାନଙ୍କର ଲମ୍ବ ଡିଆଁ, ଗୁରୁମା ଓ ମାଉସୀ ମାନଙ୍କର ବାଲଟିରେ ବଲ ଫିଙ୍ଗା ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଖେଳରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଖେଳାଳୀ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ବେଳେ ଶିଶୁ ବାଟିକାର ସମସ୍ତ ଖେଳାଳୀଙ୍କୁ ଶାନ୍ତନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ଓ ବାଲ ବର୍ଗର ପ୍ରତ୍ୟେକ ଖେଳରେ ପ୍ରଥମ ହୋଇଥିବା ଖେଳାଳୀ ଚଳିତ ମାସରେ ଥିବା କୋରାପୁଟ ସଙ୍କୁଳ ସ୍ତରୀୟ କ୍ରୀଡ଼ାରେ ଭାଗ ନେବେ।ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ଶିଶୁ ବର୍ଗରେ ସ୍ନିତିରାଣୀ ଖରା ବାଲକ୍ରିଷ୍ଣା ବିଶୋଇ ଓ
ବାଲ ବର୍ଗ ରେ ମୂରଲୀଧର ବିଡ଼ିକା,ଚନ୍ଦ୍ରିକା ମହାନନ୍ଦିଆକୃତିତ୍ୱ ହାସଲ କରିଥିଲେ।