Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ ନିର୍ବାର୍ଚନ ମଣ୍ଡଳୀ ରେ ଦିବ୍ୟ ଙ୍କ ସ୍ଥାନ ଦଖଲ କରିବ କିଏ ..?

କଳାହାଣ୍ଡି, ୦୩/୧୨ (ଜଗନ୍ନାଥ ନାଏକ) : ଆଗକୁ ୨୦୨୪ ସାଧାରଣ ନିର୍ବାଚନ କଳାହାଣ୍ଡି ର ଲୋକସଭା ଓ ୫ ଗୋଟି ବିଧାନସଭା ନିର୍ବାଚନ ପାଇଁ ସବୁଦଳ ଓ ନେତା ଆଗୁଆ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।
ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ମଧ୍ୟ ଏଥିରୁ ବାଦ ପଡି ନାହିଁ.କଳାହାଣ୍ଡି ଜିଲ୍ଲା ର ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଅଟେ। ନିର୍ବାଚନ ସମୟ ରେ ଏହି ମଣ୍ଡଳୀ ଚର୍ଚ୍ଚାରେ ଥାଏ। ଏହି ନିର୍ବାଚନମଣ୍ଡଳୀ ରେ ଵିଜେଡି, ବିଜେପି, କଂଗ୍ରେସ ସମେତ ଅନ୍ୟ କେତେକ ଦଳରୁ କାହାକୁ ପାର୍ଥି କରାଯିବ ସେ ନେଇ ବିଭିନ୍ନ ଦଳର ଅଙ୍କ କଷା ଚାଲିଥିବାବେଳେ ଆଶାୟୀ ଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳ ପକ୍ଷରୁ ସଭା ସମିତି ଓ ଶୋଭାଯାତ୍ରା କରାଯାଉଛି। ବିଜେଡି ଗାନ୍ଧୀ ଜୟନ୍ତୀ ରୁ ପଦଯାତ୍ରା ଆରମ୍ଭ କରିଥିବା ବେଳେ ବିଜେପି ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ସହ ବ୍ଲକ ଘେରାଉ କାର୍ଯ୍ୟ କରିଚାଲିଛି। ଏବଂ କଂଗ୍ରେସ “ଘରେ ଘରେ ହାତ ” କାର୍ଯ୍ୟକ୍ରମ ସହ ତୁଳସୀ ଯାତ୍ରା କରିଚାଲିଛି। ଅତୀତ ରେ ୧୯୯୫ ରୁ ୨୦୧୪ ପର୍ଯ୍ୟନ୍ତ ଜୁନାଗଡ଼ ବିଜେପି ର ଗଡ ଭାବେ ପରିଚିତ ଥିଲା। ୨୦୧୪ ରେ ଏହି ବିଜେପି ଗଡକୁ ବିଜେଡି ଦଖଲ କରି ୨୦୧୪ ଓ ୨୦୧୯ ରେ ଦିବ୍ୟଶଙ୍କର ମିଶ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୦୨୪ ନିର୍ବାଚନ ରେ ଏହି ଆସନ ହାସଲ ନିମନ୍ତେ ବିଜେଡି, ବିଜେପି, କଂଗ୍ରେସ ଦଳ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସବୁଦଳରେ ଏକାଧିକ ଆଶାୟୀ ଲବି କରୁଥିବା ଜଣା ଯାଇଛି। ଏବେ ବି ଏହି ଆସନ ରେ ବିଜେଡି ର ଦବ ଦବା ରହିଛି ବୋଲି ଚର୍ଚ୍ଚା ହେଉଛି. କଂଗ୍ରେସ ଦଳ ରୁ ତୁଲେଶ୍ୱର ନାୟକ, ସାଉଲ ମଙ୍ଗରାଜ, ନରହରୀ ବାଗ ପ୍ରମୁଖ ଆଶାୟୀ ରହି କମର ସଜା କରୁଥିବା ବେଳେ ବିଜେପି ରୁ ହିମାାଂଶୁ ମେହେର, ମୁକେଶ ଅଗ୍ରୱାଲ, ରୁପେଶ ଜୈନ, ମନୋଜ ମେହେର ପ୍ରମୁଖ ପାର୍ଥି ହେବା ପାଇଁ ହାଇ କମାଣ୍ଡ ଙ୍କ ନିକଟତର ହେବାରେ ପ୍ରୟାସ ଚଳାଇଛନ୍ତି। ଏଭଳି ସ୍ଥିତି ସମୟ ରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଙ୍କ ପରିବାର ବିଜେଡି ଛାଡି ବିଜେପି ରେ ଯୋଗ ଦେଇଛନ୍ତି। ରାଜ ପରିବାରରୁ ଯଦି କେହି ବିଜେପି ରୁ ପାର୍ଥୀ ହୁଅନ୍ତି ତେବେ ବିଜେପି ତାର ପୂର୍ବ ଗଡ ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ କେତେକ ମତବ୍ୟକ୍ତ କରିଛନ୍ତି। ବିଜେଡି ରୁ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ପୁନର୍ବାର ପାର୍ଥୀ ହେଉଛନ୍ତି ବୋଲି ଦଳରେ ଚର୍ଚ୍ଚା ହେଉଥିଲେ ବି ଅନେକ ଦଳୀୟ କର୍ମୀ ଏହାକୁ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି। ଅନେକ ମତବ୍ୟକ୍ତ କରିଛନ୍ତି ଯେ ମମିତା ମେହେର ହତ୍ୟାକାଣ୍ଡ ରେ ବିଧାୟକ ଙ୍କ ସମ୍ପୃକ୍ତି ନେଇ ହେଉଥିବା ଅପବାଦ ଏବେସୁଧା ଭୋଟର ଙ୍କ ମାନସ ପଟରୁ ଲିଭି ନାହିଁ। ଜନ ସମ୍ପର୍କ ଯାତ୍ରା ସମୟ ରେ ସାଧାରଣ ଭୋଟର ଙ୍କ ଅକ୍ରୋଶ ର ଶିକାର ହେଉଛନ୍ତି। ବିରୋଧୀ ମମିତା ହତ୍ୟାକାଣ୍ଡ କୁ ମୁଖ୍ୟ ଅସ୍ତ୍ର କରିବେ ବୋଲି ଚର୍ଚ୍ଚା ହେଉଛି। ଦଳ ର ହାଇ କମାଣ୍ଡ ଙ୍କ ଠାରେ ବିଧାୟକ ଙ୍କ ସ୍ଥିତି ମଜବୁତ ଥିବାରୁ ସେ ଏବେ ବି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସହ ଦଳ ର ମୁଣ୍ଡିଆଳ ସାଜିଛନ୍ତି। କିନ୍ତୁ ଭୋଟର ମହାଲିଙ୍ଗ କଲେଜ ଘଟଣା କୁ ନେଇ ଶ୍ରୀ ମିଶ୍ର ଙ୍କୁ ଅଡୁଆ ସ୍ଥିତିରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସେ ନିର୍ବାଚନ ମଣ୍ଡଳୀ ପରିବର୍ତନ କରି ପାରନ୍ତି ବୋଲି ଦଳୀୟ କର୍ମୀ ମହଲ ରେ ଚର୍ଚ୍ଚା ହେଉଛି। ଶ୍ରୀ ମିଶ୍ର ଙ୍କ ବ୍ୟତୀତ ବିଜେଡି ରୁ ପୂର୍ବତନ ବିଧାୟକ ଗୋବର୍ଧନ ଦାସ, ଯୁବ ନେତା ସୁମିତ ଶତପଥୀ, ଯାଦବ ନେତା କୀର୍ତନ ନାୟକ ମଧ୍ୟ ପାର୍ଥି ହେବା ପାଇଁ ଲବି କରୁଥିବା ଜଣାଯାଇଛି। ଗୋବର୍ଧନ ଦାସ ପୂର୍ବରୁ କଂଗ୍ରେସ ବିଧାୟକ ଥିଲେ ବି ସେ ନିର୍ବାଚନ ମଣ୍ଡଳୀ ସହ ସୁ ସମ୍ପର୍କ ରଖି ପାରିନଥିଲେ। ତାଙ୍କ ନିର୍ବାଚନ ମଣ୍ଡଳୀ ର ଅନେକ ଲୋକେ ରାଜଧାନୀ ଯାଇଁ ତାଙ୍କୁ ସାକ୍ଷାତ ପାଇଁ ଚେଷ୍ଟା କରି ବିଫଳ ହେଉଥିଲେ। ଯୁବ ନେତା ସୁମିତ ଶତପଥୀ ବିଜେଡି ଦଳ ରୁ ପାର୍ଥି ହେବାକୁ ତୃତୀୟ ମହଲା ସହ ଯୋଗା ଯୋଗ ରେ ଥିବା ଶୁଣିବାକୁ ମିଳୁଛି। ଭବାନୀପାଟଣା ରେ ଜନ୍ମିତ ସୁମିତ କଳାହାଣ୍ଡି ମହାବିଦ୍ୟାଳୟ ରୁ ସ୍ନାତକ ପାସ କରି ନିଜକୁ ସମାଜ ସେବା ରେ ସମର୍ପିତ କରିଦେଇଛନ୍ତି। ଲୋକ ସମ୍ପର୍କ ହିଁ ତାଙ୍କୁ ଦଳୀୟ ରାଜନୈତିକ ମୈଦାନ କୁ ଟାଣି ନେଇଛି। ସାଧାରଣ ଲୋକଙ୍କ କିଛି କିଛି ଜରୁରୀ କାମ ପଡିଲେ ନିସ୍ଵାର୍ଥପର ଭାବେ ଶ୍ରୀ ଶତପଥୀ ସହାୟତା ର ହାତ ବଢ଼ାଇଥାନ୍ତି।ନୂତନ ଜାଗରଣ ସୃଷ୍ଟି ପାଇଁ ଅହରହ ଉଦ୍ୟମ କରୁଥିବା ନେଇ ଚା ଖଟିରେ ଚର୍ଚ୍ଚା ହେଉଛି। ସମାଜ ସେବା ସହ ସାମାଜିକ କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ଗରୀବ ଲୋକଙ୍କ ସେବାରେ ବ୍ରତୀ ରହି ଜନ ମାନସର ହୃଦୟ ରେ ରହିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି। ସମୟ କହିବ କେଉଁ ଦଳ ରୁ କିଏ ପାର୍ଥୀ ହୋଇ ଏହି ଆସନ କୁ କିଏ ଦଖଲ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ