ଯୁବ ସାମ୍ବାଦିକ ତଥା ସୋରଡା ନିର୍ବାଚନ ମଣ୍ଡଳୀ ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କ କ୍ଷକ୍ତlତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ।


ବେଲଗୁଣ୍ଠା -୩/୧୨-ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ ଖଇରପୁଟୀ ଗ୍ରାମର ଭରତପୁର ସାହିରମୂଳ ବାସିନ୍ଦା,ଯୁବ ସାମ୍ବାଦିକ, ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ତଥା ଫାଷ୍ଟ ଫୁଡ୍ ବ୍ୟବସାୟୀ ଜଗନ୍ନାଥ ନାୟକ(୩୪)ଙ୍କ ଗଳିତ କ୍ଷତାକ୍ତ ମୃତଦେହ ଗୋପାଳପୁର ଥାନା ଅର୍ନ୍ତଗତ ଗୋପାଳପୁର ସହରର ରେଡିକା ସାହିର ଭଡା ଘରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗାଙ୍ଗପୁର ଖଇରପୁଟୀ ଅଞ୍ଚଳର ଜଗନ୍ନାଥ ଗତ କିଛି ମାସ ପୂର୍ବେ ଗୋପାଳପୁର ସହରର ମେ ଫାୟାର ଛକ ନିକଟରେ ଗୋପାଳପୁର ଫୁଡ୍ କୋର୍ଟ ନାମରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ ସେଠାରୁ କିଛି ଦିନ ହେବ ସମୁଦ୍ର କୁଳ ନିକଟରେ ଦୋକାନ କରିଥିଲେ ।ଏଥି ସହିତ ସେ ସମୟ ଖବରକାଗଜର ବେଲଗୁଣ୍ଠା ବ୍ଳକ ପ୍ରତିନିଧି ରହିବା ସହିତ ସୋରଡ଼ା ନିର୍ବାଚନ ମଣ୍ଡଳୀର ପୁର୍ବତନ ଯୁବ କଂଗ୍ରେସ ସଭାପତି ଏବଂ ଜଣେ ମଞ୍ଚ କଳାକାର ଭାବେ ନିଜକୁ ପରିଚିତ କରାଇଥିଲେ ।ସେ କିଛି ବର୍ଷ ପୁର୍ବେ ଗାଙ୍ଗପୁର ଠାରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ ସେଠାରେ ବ୍ୟବସାୟ ମାନ୍ଦା ହେବାରୁ ପରେ ହିଞ୍ଜିଳିକାଟୁ ଏବଂ ବର୍ତ୍ତମାନ ଏକ ବର୍ଷ ପାଖାପାଖି ଗୋପାଳପୁର ସହରରେ ଏକ ଫାଷ୍ଟ ଫୁଡ୍ ଦୋକାନ କରିଥିଲେ । ବ୍ୟବସାୟ ମଧ୍ୟ ଭଲ ହୋଇଥିଲା ।
ତାଙ୍କ ସାନ ଭାଇ ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ଅଭିଯୋଗ ପ୍ରକାରେ ଗତ ବୁଧବାରଠାରୁ ତାଙ୍କ ମୋବାଇଲ ବନ୍ଦ ଥିବା ସହିତ ଦୋକାନ ମଧ୍ୟ ଖୋଲା ନ ଥିଲା ।ଦୀର୍ଘ ଚାରି ଦିନ ଧରି ତାଙ୍କର କୌଣସି ଖୋଜ୍ ଖବର ନ ମିଳିବା କାରଣରୁ ପରିବାର ଲୋକେ ବ୍ୟସ୍ତ ହୋଇ ଗୋପାଳପୁର ରେଡିକା ସାହିରେ ଥିବା ଭଡା ଘରେ ପହଞ୍ଚିଲେ ।ସେଠାରେ ଜଗାଙ୍କ ପଲସର୍ ବାଇକ୍ ଓ ଆର୍.ଟି.ଆର୍ ଗାଡି ଥିବା ବେଳେ ଘର ସାମ୍ନା ପଟରୁ ତାଲା ପଡ଼ିଥିଲା ।ଭିତରୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ତୁରନ୍ତ ପୋଲିସକୁ ଖବର ଦେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟ ଭାଙ୍ଗିଥିଲେ ।ଘର ଭିତରେ ଜଗନ୍ନାଥଙ୍କ ଗଳିତ ଶବ ପଡ଼ିଥିବା ବେଳେ ନିକଟରେ ବଡ଼ ପଥର ,ବାଡି ଓ ଲୁହା ରଡ୍ ପଡିଥବା ବେଳେ ଶରୀରକୁ ଘୋଡା ହୋଇଥିବା,ଶବ ଚାରିପଟେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଏବଂ ପିନ୍ଧିଥିବା ସୁନା ମୁଦି ଓ ଚେନ୍ ନ ଥିବା ତାଙ୍କ ଭାଇ ପୁର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ପାଇଁ ପରିବାର ବର୍ଗ ଦାବି କରିଛନ୍ତି ।ଗୋପାଳପୁର ପୋଲିସ ପହଞ୍ଚି ଶବ ଜବତ କରିଥିଲେ ।କନିଷି ଅତିରିକ୍ତ ତହସିଲଦାର ସୋମେଶ ରଣବିଜବର ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲା ବେଳେ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ସୁଧିର ଦିଗାଳ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଯାଇଛନ୍ତି ।ପ୍ରକାଶ ଥାଉ କି ,ମୃତ ଜଗନ୍ନାଥଙ୍କ ପିତା କୈଳାସ ନାୟକଙ୍କ ଦୁଇ ମାସ ପୂର୍ବେ ମୃତ୍ୟୁ ହୋଇଥିବାବେଳେ ଜଗାଙ୍କ ଉପରେ ପରିବାରର ବୋଝ ପଡ଼ିଥିଲା ।ଏବେ ଜ୍ୟେଷ୍ଠ ପୁତ୍ର ଚାଲିଯିବା ବେଳେ ମାଁ କାମ, ସ୍ତ୍ରୀ ବନ୍ଦନୀ(୩୫),ଝିଅ ଶୁଭଶ୍ରୀ(୧୩),ପୁଅ ସାଇ(୭) ବେସାହାରା ହୋଇ ପଡିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଓଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଶୁଭ ଉଦ୍‌ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ବିକାଶ ମୂଳକ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି ପାଇଁ ବିକାଶ ମେଳା ଆଜି ଠାରୁ ୨୩-ସେପ୍ଟେମ୍ବର, ୨୦୨୪ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁରହିବ । ଆଜିର ଏହି ମେଳାରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି, ଓଡ଼ିଶାଯୋଗଦେଇ ବିକଶିତ ଓଡିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ମେଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀକେ.ନାରାୟଣ ରାଓ, ପୂର୍ବତନ ବିଧାୟକ ପାରଳାଖେମୁଣ୍ଡି, ଶ୍ରୀମତୀ ମାଳତୀ ପ୍ରଧାନ, ଅଧ୍ୟକ୍ଷା ପଞ୍ଚାୟତ ସମିତି ନୂଆଗଡ଼ ଓ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ୧୦୦ଦିନ ପୂରଣ କରିଥିବା ସରକାରଙ୍କ ସଫଳ କାହାଣି ବର୍ଣ୍ଣନା କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଓଡିଶାର ସାମଗ୍ରୀକ ବିକାଶ ଓ ସମୃଦ୍ଧି ଦିଗରେ ଅଗ୍ରସର ହେଉଛି । ଏହି ଅବସରରେ ଅଳ୍ପଦିନ ମଧ୍ୟରେ ମୋହନ ସରକାର ମହିଳାମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି କୃଷକ ଓ ମହିଳା ସଶକ୍ତିକରଣ ଓ ସମସ୍ତ ବର୍ଗର ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦର୍ଶାଇବା ସହ ଏହି ସରକାର ସାଧାରଣ ଲୋକଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ସେହିପରି ଜନସାଧାରଣଙ୍କ ଦକ୍ଷତାର ସଦ୍ ଉପଯୋଗ କରିବା ସହ ପ୍ରତ୍ୟେକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କ ସ୍ୱାଗତ ଅଭିଭାଷଣରେ ସମସ୍ତ ଜନସାଧାରଣଙ୍କୁ କହିଥିଲେ କଠିନ ପରିଶ୍ରମକଲେ ଜିଲ୍ଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ।ଏହି ଅବସରରେ ସୁଭଦ୍ରା ଯୋଜନାର ପାଞ୍ଚ ଜଣ ହିତାଧିକାରୀଙ୍କୁ ୫,୦୦୦/- ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିବା ବେଲେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୬ ଜଣଙ୍କୁ ୫୦,୦୦୦/- ଲେଖାଏଁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦୁଇଗୋଟି ଦମ୍ପତୀଙ୍କୁ ଭିନ୍ନକ୍ଷମଙ୍କ ନିମନ୍ତେ ବିବାହ ପ୍ରୋତ୍ସାହନ ରାଶି ପ୍ରତେକ୍ୟଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏଁ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି ମେଳାରେ ମୋଟ ୩୦ଟି ଷ୍ଟୋଲ ସ୍ଥାନ ପାଇଥିବା ବେଳେ ଏଗୁଡିକରେ ହସ୍ତଶିଳ୍ପ କାରିଗର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ ଶୁଭାରମ୍ଭ ହୋଇଛି । ସେହିପରି ଓରମାସ୍, ପଞ୍ଚାୟତରାଜ ବିଭାଗ, ମିଶନ ଶକ୍ତି, ଶିକ୍ଷା ବିଭାଗ, ପର୍ଯ୍ୟଟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଉଦ୍ୟାନ ବିଭାଗ, ଶ୍ରମ ବିଭାଗ, ଜିଲ୍ଲା ଶିଳ୍ପକେନ୍ଦ୍ର, ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ତଥା ସଚେତନତା ଷ୍ଟୋଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ. ଗୁଣନିଧି ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାର ସ୍ଥାନୀୟ କଳାକାରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ଶ୍ରୀ ଅନୁପ ପଣ୍ଡା ଉପ ଜିଲ୍ଲାପାଳ- ପାରଳାଖେମୁଣ୍ଡି, ଶ୍ରୀ ଦିଲ୍ଲୀପ କୁମାର ବେହେରା ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଶ୍ରୀମତୀ ମୋନରମା ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।