Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ ନାରା ଦେଲେ ୧୩ ପଞ୍ଚାୟତ ବାସି

କଳାହାଣ୍ଡି, ୦୪/୧୨ (ଜଗନ୍ନାଥ ନାଏକ) : ଖଣ୍ଡୁଆଳମାଳି, ଚିଜ ମାଳି, କୁଟ୍ରୁ ମାଳି, ମାଝୀଙ୍ଗ ମାଳି ଘୋଡ଼ା ମାଳି ପାହାଡ଼ର ସୁରକ୍ଷା ପାଇଁ ଧିରେ ଧିରେ ଆନ୍ଦୋଳନ ତେଜିବାରେ ଲାଗିଛି। ଉକ୍ତ ଖଣ୍ଡୁଆଲମାଳି ପାହାଡ଼ର ସୁରକ୍ଷା ନିମନ୍ତେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିବାରେ ପ୍ରସ୍ତୁତି ଆରମ୍ଭ କଲେଣି ପାହାଡ଼ ପାଦଦେଶରେ ବସବାସ କରୁଥିବା ଅଞ୍ଚଳ ବାସୀ। ଏଠାରେ ମୈତ୍ରୀ କମ୍ପାନୀ ଖଣି ଖନନ ପାଇଁ ଆଶାବାଦୀ ରହିଥିବା ବେଳେ ଲୋକେ କମ୍ପାନୀ କୁ ଘୋର ବିରୋଧ କରିବାରେ ଲାଗିପଡିଛନ୍ତି। ଜଳ,ଜମି ଜଙ୍ଗଲ,ର ସୁରକ୍ଷା ନିମନ୍ତେ ଅଞ୍ଚଳ ବାସୀ ନେଇ ଛନ୍ତି ବଜ୍ର ସପଥ। ବିଜେଡି, ବିଜେପି, କଂଗ୍ରେସ ଭଳି ରାଜନୈତିକ ଦଳ ଗୁଡ଼ିକ କମ୍ପାନୀ ସାଙ୍ଗରେ ହାତ ମିଳାଇ ଖଣ୍ଡୁଆଳମାଳି ପାହାଡ଼କୁ ଧ୍ବଂସ କରିବା ପାଇଁ ସ୍ଵପ୍ନ ଦେଖିଛନ୍ତି ଏହା କେବେ ମଧ୍ୟ ସାକାର କରିବା ପାଇଁ ଦିଆଯିବ ନାହିଁ ବୋଲି ପାହାଡ଼ ପାଦଦେଶରେ ବସବାସ କରୁଥିବା ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି। ଏନେଇ ଶନିବାର କାଞ୍ଚନମୁଖୀ ଗ୍ରାମରେ ଖଣ୍ଡୁଆଳମାଳି ସୁରକ୍ଷା ସମିତିର ଆବାହକ ବ୍ରିଟିଶ କୁମାର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୨୪ ସାଧାରଣ ନିର୍ବାଚନରେ କୈାଣସି ରାଜନୀତି ଦଳକୁ ଭୋଟ ନଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। , ଲାଞ୍ଜିଗଡ଼, ଥୁଆମୂଳ ରାମପୁର କାଶିପୁର ଓ ସଦର ବ୍ଲକ ଏହି ୪ଟି ବ୍ଲକର ୧୩ ଗୋଟି ପଞ୍ଚାୟତ ବାସୀ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତିl

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ