Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବୃତ୍ତିରେ ଛାତ୍ର ଛାତ୍ରୀଙ୍କ ସଫଳତା

କଳାହାଣ୍ଡି, ୦୫/୧୨ (ଜଗନ୍ନାଥ ନାଏକ) : ସରକାରୀ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ନର୍ଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୃତିତ୍ୱ ହାସଲ କରି ବୃତ୍ତି ପାଇବାରେ ସଫଳ ହୋଇଛନ୍ତି। ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନର୍ଲାର ଛାତ୍ର ସାଇ ଆଶିଷ ପାତ୍ର ନର୍ଲା ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାପା ହିମାଂଶୁ ପାତ୍ର ଓ ମାତା ଶିଲା ପ୍ରହରାଜ ପୁଅର କୃତିତ୍ୱରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ପ୍ରଜ୍ଞାନ ବ୍ରହ୍ମା ରୁପ୍ରା, ସ୍ଵାଗତ ଶେଖର ସା ଏସବିଏମ ଶାନ୍ତପୁର,ବିଶ୍ଵ ରଂଜନ ଦୀପ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଶିଷ ମହାରଣା ସରସ୍ଵତୀ ଶିଶୁ ମନ୍ଦିର ନର୍ଲା ,ହେମାଙ୍ଗିନୀ ଭୋଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାରୋଡ ଓ ଆଦ୍ୟାଶା ସେନାପତି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାର ଛାତ୍ରଛାତ୍ରୀ ମାନେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ଖବର ହସ୍ତଗତ ହୋଇଛି। ସେହିଭଳି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସ୍ୱାଗତ ସାହୁ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାରୋଡର ଛାତ୍ର ସ୍ୱାଗତ ମିଶ୍ର,ତେଜସ୍ଵନୀ ସୋନୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁପ୍ରାରୋଡ, ଆରବ ପ୍ରଧାନ ସେରଗଡ ପ୍ରାଥମିକ ବିଦ୍ୟାଳୟ,ମେଘାନନ୍ଦ ସାହୁ ମୁଣ୍ଡାପଲା ପ୍ରାଥମିକ ବିଦ୍ୟାଳୟ,ପ୍ରିତିମୟୀ ଷଡ଼ଙ୍ଗୀ ତୁଲାପଡା ପ୍ରାଥମିକ ବିଦ୍ୟାଳୟଓ ଗାୟତ୍ରୀ ସରାଫ କାନ୍ଥିଡିଗିରା ପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ