Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ପାର୍କିଂ ସ୍ଥାନରୁ ମୋଟରସାଇକେଲ ଚୋରି।

ଗୋପାଳପୁର,୦୫/୧୨
ଗୋପାଳପୁର ବେଳାଭୂମି ବୁଲିବାକୁ ଆସି ପାର୍କିଂ ସ୍ଥାନରେ ରସିଦ କାଟି ମୋଟରସାଇକେଲ ରଖିଥିବା ବେଳେ ତାହା ଚୋରି ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୋରଡ଼ା ସୂର୍ଯ୍ୟକାନ୍ତି ସାହିର ଏସ ଲୋକନାଥ ନିଜ‌ ପରିବାର ସହ ମୋଟରସାଇକେଲ (ଓ ଆର ୦୨ ବି ଜେ ୦୬୯୩) ନେଇ ଗୋପାଳପୁର ବୁଲିବାକୁ ଆସିଥିଲେ।ଏହା ସହ ବେଳାଭୂମି ରେ ଏନ ଏ ସି ପକ୍ଷରୁ ଚିହ୍ନଟ ଗାଡି ପାର୍କିଂ ସ୍ଥାନରେ ଟିକଟ କାଟି ଗାଡିଟିକୁ ପାର୍କିଂ କରିଥିଲେ। କିନ୍ତୁ ବେଳାଭୂମି ବୁଲି ଫେରିବା ପରେ ପାର୍କିଂ ସ୍ଥାନରେ ଗାଡ଼ି ନଥିବା ଦେଖି ପାର୍କିଂ ସ୍ଥାନରେ ରସିଦ କାଟୁଥିବା ଲୋକଙ୍କୁ ପଚାରିବାରୁ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ବହୁ ଖୋଜା ଖୋଜି ପରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ବହୁବାର ପାର୍କିଂ ସ୍ଥାନରୁ ଗାଡି ଚୋରି ହେଉଥିବା ନେଇ ଥାନା ସମେତ ଗୋପାଳପୁର ଏନ ଏ ସି ରେ ଅଭିଯୋଗ ସତ୍ତ୍ୱେ ଗାଡି ଚୋରି ରୋକିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଗୋପାଳପୁର ଗାଡି ନେଇ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ ପାର୍କିଂ ବାବଦରେ ଟଙ୍କା ଆଦାୟ ସତ୍ତ୍ଵେ ଗାଡ଼ିର ସୁରକ୍ଷା ନିଆଁ ନଯିବା ସାଧାରଣରେ ଅଭିଯୋଗ କରାଯାଇଛି।

More Stories