Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳୁନି ଷ୍ଟ୍ରିଟ ଲାଇଟ୍: ଘଡି ଘଡିକେ ବିପଦ

ସମ୍ବଲପୁର: ସମ୍ବଲପୁର ଦେବଗଡ ଜାତୀୟ ରାଜପଥର ପଡିଆବାହାଲ ଠାରେ ଜଳୁନି ଷ୍ଟ୍ରିଟ ଲାଇଟ୍ । ଫଳରେ ଘଡିକୁ ଘଡି ବିପଦ ଦେଖା ଦେଇଛି। ପଡିଆବାହାଲ ଗାଁ ଠାରୁ ପଡିଆବାହାଲ ମେଡିକାଲ ପର୍ଯ୍ୟନ୍ତ ଲଗା ଯାଇଥିବା ଷ୍ଟ୍ରିଟ ଲାଇଟ୍ ମଧ୍ୟରୁ ଅନେକ ଆରମ୍ଭରୁ ଜଳୁନଥିବା ବେଳେ ବର୍ତ୍ତମାନ ପୁଣି ମାସେରୁ ଅଧିକ ସମୟ ହେବ କଲେଜ ଛକ ଠାରୁ ମେଡିକାଲ ଯାଏ ଗୋଟିଏବି ଷ୍ଟ୍ରିଟ ଲାଇଟ୍ ଜଳୁନି । ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହିତ ବାରମ୍ବାର ଜାତିୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁନି ।ରାତି ବଡ ଦିନ ଛୋଟ ହୋଇଥିବାରୁ ଷ୍ଟ୍ରିଟ ଲାଇଟ୍ ଗୁଡିକ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ