Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ପଞ୍ଚାୟତରେ ପିଡିଏସ୍ ଚାଉଳ ହେରଫେର ଅଭିଯୋଗ

କଳାହାଣ୍ଡି, ୦୬/୧୨ (ଜଗନ୍ନାଥ ନାଏକ) : ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେବ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମର ହିତାଧିକାରୀ ମାନେ ୩ମାସର ପିଡିଏସ ଚାଉଳ ପାଇ ନଥିବା ଅଭିଯୋଗ କରି ଆସୁଛନ୍ତି। ପୂର୍ବରୁ ବ୍ଳକ ଯୋଗାଣ ନିରୀକ୍ଷକ ଓ ଗତକାଲି ଜିଲ୍ଲାପାଳଙ୍କ ପାଖରେ ହିତାଧିକାରୀମାନେ ଫେରାଦ ହୋଇ ଅଭିଯୋଗ କରି ଫେରିଥିବାବେଳେ ମଙ୍ଗଳବାର ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଚାଉଳ ଦେବାକୁ ଯିଦ କରିଥିଲେ। ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ପରସ୍ପର ଆରୋପ ପ୍ରତ୍ୟାରୋପ ସହ ତୁ’ ତୁ’ ମେଁ’ ମେଁ’ ଯୋଗୁଁ ଚାଉଳ ନପାଇ ହିତାଧିକାରୀ ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସି ବାରମ୍ବାର ଘାଣ୍ଟି ହେଉଛନ୍ତି।ଦୀର୍ଘ ମାସେ ହେବ ଆଁଇଲି ଗ୍ରାମର ପ୍ରାୟ ୧୪୪ ଜଣ ହିତାଧିକାରୀ ୩ମାସର ପିଡିଏସ ଚାଉଳ ପାଇ ନଥିବା ଅଭିଯୋଗ ହୋଇ ଆସୁଛି। ଏବଂ ଅଭିଯୋଗ ଦିନ ପରେ ଦିନ ଗଢୁଛି ହେଲେ କୋୖଣସି ସମାଧାନ ହୋଇ ପାରୁନାହିଁ। ଏଣେ ଚାଉଳ ନପାଇ ହିତାଧିକାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଭୋକ ଉପାସରେ ଦିନ କାଟୁଛନ୍ତି। ଚାଉଳ ପାଇବା ଆଶାନେଇ ପୁନର୍ବାର ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ମାନେ ପହଞ୍ଚି ଚାଉଳ ଦେବାକୁ ଅଡ଼ି ବସିଥିଲେ। ହେଲେ ଚାଉଳ ପାଇ ନଥିଲେ ହିତାଧିକାରୀ। ଏହାପରେ ସରପଞ୍ଚଙ୍କ ଉପସ୍ଥିତିରେ ପିଇଓ, ଯୋଗାଣ ସହାୟକ ଓ ହିତାଧିକାରୀ ମାନଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ୧୪୦ ଜଣ ହିତାଧିକାରୀଙ୍କ ରାସନ୍ କାର୍ଡରେ ୩ମାସର ଚାଉଳ ନିମନ୍ତେ ଏଣ୍ଟ୍ରି ହୋଇଥିବା ସବୁ କାର୍ଡରେ ଚାଉଳ ଦେବାକୁ ଜିଦି କରିଥିଲେ। ହେଲେ ସେମାନଙ୍କୁ ଚାଉଳ ନ ଦେବାରୁ କିଛି ସମୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋ ହାଲ୍ଲା ମଧ୍ୟ ହୋଇଥିଲା। ଏହାପରେ ପରିସ୍ଥିତିର ମୋଡ଼ ବଦଳାଇବା ପାଇଁ ଏକ ୪୦୭ ଗାଡ଼ିରେ ପ୍ରାୟ ୩୦ କୁଇଣ୍ଟାଲ ଚାଉଳ ପଞ୍ଚାୟତକୁ ଅଣା ଯାଇ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରୁଥିବାବେଳେ ହିତାଧିକାରୀ ମାନେ ୩ମାସର ଚାଉଳ ଦେବାକୁ କହିଥିଲେ। ହେଲେ ସେମାନେ ୩ମାସର ଚାଉଳ ସମସ୍ତଙ୍କୁ ନଦେବା ଫଳରେ ପୁନର୍ବାର ହିତାଧିକାରୀ ମାନେ ନିରାଶ ହୋଇ ଘରକୁ ଫେରିଥିବା ଜଣାପଡିଛି। ଚାଉଳ ହେରଫେର ଅଭିଯୋଗକୁ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ବେଣୁପାଣି ଓ ଯୋଗାଣ ସହାୟକ ଅଜିତ କୁମାର ଠାକୁରଙ୍କୁ ପଚାରିବାରୁ ଉଭୟ ଉଭୟଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି। ତେବେ ପିଇଓ, ଯୋଗାଣ ସହାୟକ ଓ ନାଏବ ସରପଞ୍ଚଙ୍କ ନାଁରେ ୩ମାସର ପିଡିଏସ ଚାଉଳ ହେରଫେର କରିଥିବା ହିତାଧିକାରୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୋୖଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଓ ହିତାଧିକାରୀ ମାନଙ୍କୁ ଚାଉଳ ଯୋଗାଇ ନଦେବା ଆହୁରି ଅନେକ ହେରଫେର କରିଥିବା ସନ୍ଦେହ ଘେରକୁ ନେଇଛି। କଳାହାଣ୍ଡି ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ