ବୀରମହାରାଜପୁର : (ସୌମିତ୍ରି ମେହେର ) ବୀରମହାରାଜପୁର ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମଣ୍ଡପ ଠାରେ ଦ ସ୍କରପିଆନ କ୍ଳବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ଚକ୍ଷୁ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା , କଳାପଥର ସମିତି ସଭ୍ୟ ଅରବିନ୍ଦ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଶୁଭାରମ୍ଭ କରିଥିଲେ । ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୫ ଜଣ ବ୍ୟକ୍ତି ନିଜ ନାମ ପଞ୍ଜିକରଣ କରି ମାଗଣା ଚକ୍ଷୁ ପରୀକ୍ଷା କରାଇଥିଲେ । ରକ୍ତ ପ୍ରତିଟି ଜୀବନ ପାଇଁ ମୂଲ୍ୟବାନ ଅଟେ ଓ ରକ୍ତ ଦାନ ମହା ପୂଣ୍ୟ , ଏହି ଉଦ୍ଦେଶ୍ଯ ନେଇ ରକ୍ତ ଦାତା ମାନେ ଉତ୍ସାହିତ ସହ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ । ଯୁବ ସମାଜସେବୀ ମନୋଜ କୁମାର ରଥଙ୍କ ନେତୃତ୍ବରେ ଉକ୍ତ ଶିବିର ଆୟୋଜନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ସାହୁ , ଗୁଲେଖ ଦଣ୍ଡସେନା , ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କ୍ଳବ ସଦସ୍ୟ ସନ୍ତୋଷ ବେହେରା ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ଆୟୋଜକ କ୍ଲବ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଦେଇଥିଲେ। ଡ଼. ପ୍ରଣବ କୁମାର ମହାପାତ୍ର ସମସ୍ତ ରକ୍ତ ଦାତାଙ୍କୁ ପରୀକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ସୋନପୁର ବ୍ଳଡ ବ୍ୟାଙ୍କ କର୍ମଚାରୀ ଜଗତ ଧରୁଆନ , ଟିଟୁ ଭୋଇ , ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।
ବୀରମହାରାଜପୁର ରେ ଅନୁ୍ଷ୍ଠିତ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ରେ 30 ୟୁନିଟ୍ ରକ୍ତ ସଂଗ୍ରହ
